ସେଲୁନ ଭିତରେ କର୍ମଚାରୀ କାଟୁଥିଲେ ହରିଣ ମାଂସ, ହେଲା କିଛି ଏମିତି ଭିଡିଓ ହେଉଛି ଭାଇରାଲ

ଆପଣ ସେଲୁନ୍‌ ତ ନିଶ୍ଚିତ ଯାଇଥିବେ। ସେଲୁନ କିମ୍ବାପାର୍ଲରରେ ଲୋକମାନେ ଚୁଟି କାଟିବା ସହ ନଖ କାଟିବା କିମ୍ବା ମେକ୍‌ଅପ୍‌ କରାଯାଏ। କିନ୍ତୁ ସେଲୁନରେ ମାଂସ କାଟିବା ଆପଣ କେବେ ଦେଖିଛନ୍ତି କି ? ଦେଖିବେ କ’ଣ କେବେ ଶୁଣିନଥିବେ। ଏପରି ଏକ ଘଟଣା ଆମରିକାର ନର୍ଥ କେରୋଲିନାରେ ଏକ ସେଲୁନରେ ଦେଖିବାକୁ ମିଳିଛି। ଯେଉଁଠାରେ ସେଲୁନର କର୍ମଚାରୀ ସମସ୍ତଙ୍କ ସାମ୍ନାରେ ସବୁ କାମ ଛାଡି ଚଟାଣରେ ମାଂସ କାଟୁଥିବା ଦେଖିବାକୁ ମିଳିଛି।

saloon

ଘଟଣା ଅନୁଯାୟୀ, ହାଇ ପଏଣ୍ଟ ୟୁନିଭରର୍ସିଟିରେ ପଢୁଥିବା ଜଣେ ଛାତ୍ର ମୋର୍ଗନ ଟେଲର ଆମେରିକାର ନର୍ଥ କେରୋଲିନାରେ ଥିବା ଏକ ଡାଏମଣ୍ଡ ନେଲ୍ସ ସେଲୁନକୁ ଯାଇଥିଲେ। ସେଠାରେ ବସି ସେ ନଖ କାଟୁଥିବା ବେଳେ ହଠାତ୍‌ ଏପରି କିଛି ଦେଖିବାକୁ ପାଇଲେ। ଯାହାକୁ ସେ ବିଶ୍ୱାସ କରିପାରିଲେ ନାହିଁ।

ଏହାସହ ପଢ଼ନ୍ତୁ ; ଆଠ ଦିନ ପର୍ଯ୍ୟନ୍ତ ବାଥଟବ୍‌ରେ ଫସି ରହିଥିଲେ ବୃଦ୍ଧା, ଡେଲିଭରୀ ବୟ ବଞ୍ଚାଇଲା ଜୀବନ

diomond

ମୋର୍ଗାନ ବସିଥିବା ସମୟରେ ସେଲୁନର ଜଣେ କର୍ମଚାରୀ ହଠାତ୍‌ ଷ୍ଟୋରେଜରୁ ମାଂସ କାଢି କାଟିବାକୁ ଲାଗିଥିଲେ। ଏହା ହରିଣ ମାଂସ ଥିଲା। ଯାହାକୁ ଦେଖି ମୋର୍ଗାନ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ସେଲୁନ ଭିତରେ ଏତେ ଅପରିଷ୍କାର ଜାଗାରେ ମାଂସ କାଟିବାକୁ ନେଇ ଚିନ୍ତିତ ହୋଇପଡିଥିଲେ ମୋର୍ଗାନ। ଯାହାର ଫଟୋ ମୋର୍ଗନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା। ଲୋକେ ଏହାକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ କରିବାରେ ଲାଗିଛନ୍ତି।