Below header

ଦହି ନା କ୍ଷୀର? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭକାରୀ

ସ୍ୱାସ୍ଥ୍ୟ ପାଇଁ ଉଭୟ କ୍ଷୀର ଓ ଦହି ଲାଭକାରୀ ହେଇଥାଏ। ଶରୀରକୁ ପୁଷ୍ଟି ଯୋଗାଇବା ସହ ହାଡ଼ ମଜଭୁତ କରିବାରେ ଏହା ସହାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କ୍ଷୀର ଓ ଦହି ମଧ୍ୟରୁ ସବୁଠୁ ଅଧିକ ସ୍ୱାସ୍ଥ୍ୟକାରୀ କିଏ। ଉଭୟ ଖାଦ୍ୟ ଶରୀର ପାଇଁ ଉତ୍ତମ ହୋଇଥିଲେ ମଧ୍ୟ କ୍ଷୀରଠାରୁ ଅଧିକ ଲାଭ ଦହି ଦେଇଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପାଚନ କ୍ରିୟା:

କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ବି ସମେତ ଆହୁରି ଅନେକ ତତ୍ତ୍ୱ ରହିଥାଏ। ସେହିଭଳି ଦହିରେ ମଧ୍ୟ ଭିଟାମିନ ଏ, ଡି ଓ ବି ୧୨,ପ୍ରୋଟିନ,କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଥାଏ। ଦହିରେ ଥିବା ଲାକଟୋଜ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏଣୁ ଲୋକମାନେ କ୍ଷୀର ବଦଳରେ ଦହି ଖାଇବାକୁ ପସନ୍ଦ କରିଥାନ୍ତି।

ଏହାସହ ପଢ଼ନ୍ତୁ: ଅଖରୋଟ ଭଲ ନା ଖରାପ? କିଣିବା ବେଳେ ଜାଣନ୍ତୁ କେମିତି ଚିହ୍ନିବେ

ହାଡ଼କୁ ମଜଭୁତ କରିଥାଏ:

ଦହିରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ। ଦହି ଖାଇବା ଦ୍ୱାରା ହାଡ଼ ଶକ୍ତ ହୁଏ। କେବଳ ଏତିକି ନୁହେଁ ଦହି ସେବନ ଦ୍ୱାରା ଅଷ୍ଟିଓପୋରସିସ ଭଳି ରୋଗର ଆଶଙ୍କା ମଧ୍ୟ ହ୍ରାସ ପାଏ।

କ୍ୟାଲୋରୀ ଓ ପ୍ରୋଟିନର ମୁଖ୍ୟସ୍ରୋତ:

କପେ କ୍ଷୀରରେ ୯୦ କ୍ୟାଲୋରୀ ଓ ୯ ଗ୍ରାମ ପ୍ରୋଟିନ ଥିବା ବେଳେ ଏକ କପ ଦହିରେ ୯୮ କ୍ୟାଲୋରୀ ଓ ୧୧ ଗ୍ରାମ ପ୍ରୋଟିନ ରହିଥାଏ। କ୍ଷୀର ଅପେକ୍ଷା ଏହା ଖୁବ ଅଧିକ ହୋଇଥିବାରୁ ଦହି ସ୍ୱାସ୍ଥ୍ୟକାରୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.