କାନ୍ଦି କାନ୍ଦି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବୃଦ୍ଧା, ପୋଲିସ ଆସି ଏମିତି କରାଇଲେ ଚୁପ୍‌, ଦେଖନ୍ତୁ ଭିଡିଓ

ପୋଲିସ ଚାକିରି ଖୁବ୍‌ କଷ୍ଟକର। ପୋଲିସମାନଙ୍କୁ ବିଭିନ୍ନ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଦିନ ଦ୍ୱିପ୍ରହର ହେଉ କି ରାତିଅଧ, ସେମାନଙ୍କୁ ସବୁବେଳେ ଜାଗ୍ରତ ରହିବାକୁ ହୁଏ। ପୋଲିସଙ୍କୁ ନେଇ ସାଧାରଣରେ ଭିନ୍ନ ଧାରଣା ରହିଛି। ଲୋକମାନେ ପୋଲିସଙ୍କୁ କଠୋର ଓ ନିର୍ଦ୍ଦୟ ବୋଲି ଭାବିଥାନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓ ପୋଲିସଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣାକୁ ଭୁଲ ବୋଲି ପ୍ରମାଣିତ କରିଛି। ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ଖୁବ୍‌ ସମ୍ବେଦନଶୀଳତାର ସହ ଜଣେ କାନ୍ଧୁଥିବା ବୃଦ୍ଧାଙ୍କୁ ଚୁପ୍‌ କରାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଜଣେ ବୃଦ୍ଧା କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେଠାକୁ ଜଣେ ପୋଲିସ କନେଷ୍ଟବଳ ଆସି ବୃଦ୍ଧାଙ୍କୁ କୋଳେଇ ନେଇ ବୁଝାଇଥିଲେ। ସେ ମହିଳାଙ୍କୁ କହିଥିଲେ ଯେ ଆମେ ପ୍ରାର୍ଥନା କରୁଛୁ ଆପଣଙ୍କ ପୁଅ ଶୀଘ୍ର ମିଳିଯାଆନ୍ତୁ। ଏହା ଶୁଣିବା ପରେ ବୃଦ୍ଧା ଟିକେ ଆଶ୍ୱସ୍ତ ହୋଇଥିବା ନଜର ଆସିଥିଲା।

ଏହି ଦୃଶ୍ୟର ଭିଡିଓକୁ ଇଣ୍ଡିଆନ୍‌ ପୋଲିସ ଫାଉଣ୍ଡେସନ୍‌ ତରଫରୁ ଟ୍ଵିଟରରେ ସେୟାର କରାଇଛି। ଭିଡିଓଟିକୁ ୟୁଜର ମଧ୍ୟ ଖୁବ ପସନ୍ଦ କରିଛନ୍ତି। ନଭେମ୍ବର ୨୩ ତାରିଖରେ ସେୟାର କରାଯାଇଥିବା ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦୦୦ ଥର ଦେଖାସରିଥିବା ବେଳେ ୨୧୦୦ରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ଏହାସହ ପଢ଼ନ୍ତୁ:  ଚିଡ଼ିଆଖାନାରେ ମହିଳାଙ୍କୁ କୁଣ୍ଢେଇ ପକାଇଲା ଭାଲୁ, ଦେଖନ୍ତୁ ତା’ପରେ କ’ଣ ହେଲା…

ଏହି ଭିଡିଓ ପୋଲିସକୁ ନେଇ ସାଧାରଣ ଜନତାଙ୍କ ମନରେ ଥିବା ଭୁଲ ଧାରଣାକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.