କାଲି ବଦଳି, ଆଜି ସସ୍ପେଣ୍ଡ । କାର୍ଯ୍ୟରେ ଚରମ ଅବହେଳା ପାଇଁ ନିଲମ୍ବିତ ହେଲେ ମୟୂରଭଞ୍ଜ ଝାରପୋଖରିଆ ଥାନାର ପୂର୍ବତନ ଅଧିକାରୀ ଶରତ କୁମାର ମହାଳିକା ଅଭିଯୋଗ ହେଉଛି, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଗତ ଅକ୍ଟୋବର ୩୦ରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଅଧ୍ୟାପିକା ଜଣଙ୍କ ସମ୍ପର୍କୀୟ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲୋ ହେଲେ। ମାସ ବିତି ଯାଇଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି।
ଅଭିଯୋଗ ହେଉଛି, ନ୍ୟାୟ ନମିଳିବାରୁ ଗତ ଶନିବାର ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ ଅଧ୍ୟାପିକା ଯେଉଁଥିପାଇଁ ଏଭଳି ସ୍ପର୍ଶକାତର ଅଭିଯୋଗଗୁଡିକୁ ଗୁରୁତ୍ୱ ଦେବାକୁ ସବୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ପ୍ରତି ସପ୍ତାହରେ ଥାନା ଅଧିକାରୀଙ୍କ ସହ ଏଭଳି ମାମଲା ଗୁଡିକର ତର୍ଜମା କରିବାକୁ ଏସପି ମାନଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ରାୟରଙ୍ଗପୁର ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେପଟେ ଆଜି କଲେଜର ଛାତ୍ରୀମାନେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପ୍ରଶ୍ନ ଉଠୁଛି, ଏଭଳି ଘଟଣା ଗୁଡିକୁ କାହିଁକି ଗୁରୁତ୍ୱର ସହ ନେଉନି ପୋଲିସ ? କାହିଁକି ଚୁପ୍ ବସୁଛନ୍ତି ତଦନ୍ତକାରୀ ଅଫିସର ? କେହି ଚାପ ପକାଉଛନ୍ତି କି?