ପୁଣି ଖୋଲିଲା କୁନ୍ଦୁଲି ଫାଇଲ୍‌, ପୁଣି ଆରମ୍ଭ ହେଲା ତଦନ୍ତ

ପୁଣି ଖୋଲିଲା କୁନ୍ଦୁଲି ଫାଇଲ୍‌ । ପୁଣି ଆରମ୍ଭ ହେଲା ତଦନ୍ତ। ଏଥର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି ଟିମ୍‌। ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ. କେ ଓ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ନେଇ ଗଠିତ ହୋଇଛି ଏସ୍‌ଆଇଟି। ପ୍ରଥମ ଦିନରେ ମୃତ କୁନ୍ଦୁଲି ପୀଡ଼ିତାଙ୍କ ମାଆ, ମାଉସୀ ଓ ଭାଇଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କୁନ୍ଦୁଲି ପୀଡ଼ିତା ପରିବାରକୁ ଆଶ୍ୱସନା ଦେଇଛି ଏସ୍‌ଆଇଟି ଟିମ୍‌। ନ୍ୟାୟ ନ ମିଳିବା ଯାଏ ସଂଘର୍ଷ ଜାରି ରହିବ ବୋଲି କହିଛନ୍ତି ମୃତ ପୀଡ଼ିତାଙ୍କ ମାଆ। ଏ ଘଟଣାରେ ତତ୍‌କାଳନୀନ ତଦନ୍ତକାରୀ ଅଧିକାରୀ ତଥା ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗୁ ମଧ୍ୟ ଏସ୍‌ଆଇଟି ପଚରାଉଚରା କରିଛି। ତତ୍‌କାଳୀନ ଏଚ୍‌ଆରପିସିର ମହିଳା ତଦନ୍ତକାରୀ ଅଧିକାରୀ ମମତା ପାଣିଗ୍ରାହୀ, ପୀଡ଼ିତାଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର ଓ କୋରାପୁଟ ମେଡିକାଲ କଲେଜ ଡାକ୍ତରଙ୍କଠାରୁ ମଧ୍ୟ ଏସ୍‌ଆଇଟି ଟିମ୍‌ ତଥ୍ୟ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.