ସୋର : ଟ୍ରକକୁ ପିଟିଲା ପର୍ଯ୍ୟଟକ ଗାଡି, ୩ ମୃତ

ସୋର (କେନ୍ୟୁଜ୍) : ଟ୍ରକକୁ ପିଟିଲା ପର୍ଯ୍ୟଟକ ଗାଡି । ଦୁର୍ଘଟଣାରେ ୩ ମୃତ। ବାଲେଶ୍ୱର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁରୀ ବାଲିସାହି ଅଞ୍ଚଳରୁ ୨୫ଜଣ ପର୍ଯ୍ୟଟକ ନେଇ ଦେବଗଡ଼ ଯାଉଥିଲେ। ଏହି ସମୟରେ ଶେରଗଡ଼ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ଡ୍ରାଇଭର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳର ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୦ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.