ଆଜି ଗ୍ରୀନ୍‌ଗୋଲଡ୍‌ ଷ୍ଟାଡିୟମ୍‌ରେ ଭାରତ-ଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦, ଜିତିଲେ ଟିମ୍‌ ଇଣ୍ଡିଆ ସିରିଜ୍‌ ବିଜୟୀ ହେବ

ତିରୁବନନ୍ତପୁରମ୍‌ : ଆଜି ଏଠାରେ ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ଅଛି । ଏଠାରେ ଜିତିଲେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବିଜୟୀ ହେବ । ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ ରନ୍‌ ଏବଂ ଓପ୍ନର କେ.ଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ବିଜୟୀ ହୋଇଥିଲା । ନଚେତ ବୋଲର୍‌ ଓ ଫିଲଡର୍‌ ଖରାପ ପ୍ରଦର୍ଶନ କରିଥିଲେ । ଯାହାଫଳରେ ଇଣ୍ଡିଜ୍‌ ଦଳ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍‌ ପର୍ଯ୍ୟନ୍ତ ପହଞ୍ଚି ଗଲା ।
ତେବେ ଆଜିର ମ୍ୟାଚ୍‌ରେ ଭୁଲ ସୁଧାରି ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ରବିବାର ଛୁଟି ଦିନରେ ଭରପୂର ଦର୍ଶକଙ୍କ ସାମନରେ ଆଉ ଏକ ବିଜୟ ସହ ସିରିଜ୍‌ ଜିତିବା ଲକ୍ଷ୍ୟରେ ରହିଛି ଦଳ । ଏଠାରେ ବିଜୟୀ ହେଲେ ଭାରତୀୟ ଦଳ ଇଣ୍ଡିଜ୍‌ ବିପକ୍ଷରେ ଲଗାତର ୮ଟି ମ୍ୟାଚ୍‌ ଜିତିବ । ପୂର୍ବରୁ ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆ ଲଗାତର ୮ଟି ମ୍ୟାଚ୍‌ ଜିତିବାର ରେକର୍ଡ଼ କରିଛି ।

INDIA TEAM-1ଗତ ମ୍ୟାଚ୍‌ରେ ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌ ଭଲ ବ୍ୟାଟିଂ କରିଥିଲେ । ଏହି ସଫଳତା ଜାରି ରହିଲେ ଭାରତକୁ ବଢ଼ିଆ ଟକ୍କର ଦେବେ । ସେପଟେ ପୁଣି ଓ୍ଵିକେଟ୍‌କିପର ଋଷଭ ପନ୍ତଙ୍କ ବିଫଳତା ଭାରତକୁ ଚିନ୍ତାରେ ପକାଇଛି । ତେଣୁ ଆଶା କରାଯାଉଛି ତାଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌ଙ୍କୁ ନିଆଯାଇ ପାରେ ।
ଏଠାକାର ଗ୍ରୀନ୍‌ଗୋଲଡ୍‌ ଷ୍ଟାଡିୟମ୍‌ର ପିଚ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସୁହାଇବ । ତେଣୁ ବଡ଼ ସ୍କୋର ହେବ ବୋଲି କୁହାଯାଉଛି । ଏହି ପିଚ୍‌ରେ ୨୦୧୭ରେ ମାତ୍ର ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳା ଯାଇଥିଲା । ବର୍ଷା ଯୋଗୁଁ ଏହି ମ୍ୟାଚ୍‌ ୨୦ରୁ ୮ ଓଭର୍‌କୁ କମାଇ ଦିଆଯାଇଥିଲା । ଯେଉଁଥିରେ ଭାରତ ୬୭ ରନ୍‌ ଓ ବିପକ୍ଷ ନ୍ୟୁଜିଲାଣ୍ଡ ଦଳ ୬୧ ରନ୍‌ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.