ଶାରୀରିକ ସମ୍ପର୍କ ରଖିବା ପାଇଁ ୧୫ ବର୍ଷୀୟ ଛାତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଶିକ୍ଷୟିତ୍ରୀ

ଶାରୀରିକ ସମ୍ପର୍କ ପାଇଁ ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଜଣାଯାଇଛି। ଆମେରିକାର ନ୍ୟୁ ଜର୍ସିର ଜଣେ ବିବାହିତ ଶିକ୍ଷୟିତ୍ରୀର ଏଭଳି ଘୃଣ୍ୟ କାମ କରିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ସ୍କୁଲକୁ ଆସିବାକୁ ମନା କରିଦେଇଛନ୍ତି।

ରିପୋର୍ଟ ମୁତାବକ, ୨୦୧୫ ମସିହାରେ ଛାତ୍ରଙ୍କୁ ତାଙ୍କ ଘର ଲୋକ ବାହାର କରିଦେବାରୁ ୪୫ ବର୍ଷୀୟ ରାୟନା କଲ୍ଵର ନାମ୍ନୀ ଶିକ୍ଷୟିତ୍ରୀ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଥରେ ରାତିରେ ମହିଳା ଜଣକ ସମସ୍ତ ପୋଷାକ ଓହ୍ଲାଇ ଦେଇ ଛାତ୍ର ସହ ଶାରୀରିକ ସମ୍ବନ୍ଧ ସମ୍ବନ୍ଧୀୟ କଥା ହୋଇଥିଲେ ଓ ତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଛାତ୍ର କହିଛି। ଛାତ୍ର ସହ ସେ ବାରମ୍ବାର ସମ୍ପର୍କ ସ୍ଥାପନ କରିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମହିଳାଙ୍କ ବିରୋଧରେ ପିଲାଙ୍କ ଭବିଷ୍ୟତ ଖରାପ କରିବା ଓ ଯୌନ ଶୋଷଣ ପାଇଁ ମାମଲା ରୁଜୁ ହୋଇଛି।

ଏହାସହ ପଢ଼ନ୍ତୁ: ଟଙ୍କା ପାଇଁ ନିଜ ମୃତ୍ୟୁର ନାଟକ ରଚିଲେ ଯୁବକ, ଭିକାରୀକୁ ଜଳାଇ ମାରିବା ପରେ ଲେଖାଇଲେ ନିଜ ଅପହରଣ ରିପୋର୍ଟ

ଛାତ୍ରର କହିବାନୁସାରେ ପୂର୍ବରୁ ମଧ୍ୟ ଶିକ୍ଷୟିତ୍ରୀ ତାଙ୍କୁ ଖରାପ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ଏହାକୁ ଗୁରୁତ୍ୱର ସହ ନେଇନଥିଲେ। କେବଳ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ହିଁ ଶିକ୍ଷୟିତ୍ରୀ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ବୋଲି ଛାତ୍ର ଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.