Below header

ଓଡ଼ିଶା କ୍ରାଇମବ୍ରାଞ୍ଚ ଅଫିସରେ ବିଭିନ୍ନ ଜିଲ୍ଲାର ମୋଟ ୨୩ ଜଣ ସ୍ପେଶଲ କ୍ରାଇମବାଞ୍ଚ ଅଫିସରଙ୍କୁ କରାଯାଇଛି ସମ୍ବର୍ଦ୍ଧିତ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା କ୍ରାଇମବ୍ରାଞ୍ଚ ଅଫିସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୨୩ ଜଣ ସ୍ପେସାଲ ପବ୍ଲିକ ପ୍ରସିକ୍ୟୁଟର, ପବ୍ଲିକ ପ୍ରସିକ୍ୟୁଟର ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଚରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଭିନ୍ନ ମାମଲାରେ କୋର୍ଟରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଏମାନଙ୍କର ବେଶ ଭୂମିକା ରହିଛି । କୋର୍ଟରେ ସଙ୍ଗିନ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରିବାରେ ସରକାରୀ ଓକିଲଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ସେମାନେ କିପରି ପୋଲିସ୍‌ ବିଭାଗ ସହ ସମନ୍ଵୟ ରଖି କୋର୍ଟରେ ବଳିଷ୍ଠ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରିପାରିବେ ତାହା ଉପରେ ଆଲୋଚନା କରାଯାଇଛି । ବୈଠକରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.