Below header

ମୃତ୍ୟୁ ପୂର୍ବର ଅଜବ ଗନ୍ଧ, ଏହି ଯୁବତୀ ଶୁଙ୍ଘିକି କହିପାରନ୍ତି କାହାର ହେବାକୁ ଯାଉଛି ମୃତ୍ୟୁ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି । ଯେଉଁମାନଙ୍କର କିଛି ସ୍ୱତନ୍ତ୍ରତା ପାଇଁ ସେମାନେ ଲୋକମାନଙ୍କ ମଧ୍ୟରେ ପରିଚିତ ଥାନ୍ତି । କେବଳ ସେତିକି ନୁହେଁ ଆମ ଦୁନିଆରେ ଏପରି ଅନେକ ଚମତ୍କାରୀ ଲୋକ ଅଛନ୍ତି ଯେଉଁମାନେ ନିଜ ଶକ୍ତିକୁ ନେଇ ଦାବି କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସ୍ୱତନ୍ତ୍ରତା ହେଉଛି କୌଣସି ମଣିଷରେ ମୃତ୍ୟୁ ପୂର୍ବରୁ ତାହା ଏହି ଯୁବତୀଙ୍କୁ ଜଣାପଡ଼ିଯାଇଥାଏ ।

Image result for Ari Kala

ସୂଚନା ଅନୁଯାୟୀ ଅଷ୍ଟ୍ରେଲିଆର ମେଲବର୍ନରେ ଅରି କଲା ନାମକ ଜଣେ ଯୁବତୀ ବାସ କରନ୍ତି ଯାହାଙ୍କର ବୟସ ୨୫ ବର୍ଷ । ଏହି ଯୁବତୀ ଦାବି କରିଛନ୍ତି ଯେ ମଣିଷର ମୃତ୍ୟୁ ପୂର୍ବରୁ ସେ ଶୁଂଘିକି ଜାଣିପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣକ ଶୁଙ୍ଘିକି କହିପାରନ୍ତି ଯେ କେଉଁ ମଣିଷର ମୃତ୍ୟୁ ହେବାକୁ ଯାଉଛି । ଯୁବତୀଙ୍କ କହିବା ଅନୁଯାୟୀ ଯେତେବେଳେ ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କର ଜଣେ ବନ୍ଧୁଘରକୁ ଯାଇଥିଲେ ଯାହାର ଅତିଶୀଘ୍ର ମୃତ୍ୟୁ ହେବାର ଥିଲା ତେବେ ସେତେବେଳେ ତାଙ୍କୁ ଏକ ପ୍ରକାର ଅଜବ ଗନ୍ଧ ହୋଇଥିଲା । ଏହାପରେ ସେ ଅନେକ ଲୋକଙ୍କ ପାଖକୁ ଯାଇଥିଲେ ଯାହାଙ୍କ ପାଖରୁ ସେ ଏହି ପ୍ରକାରର ଅଜବ ଗନ୍ଧ ଅନୁଭବ କରିଥିଲେ ଏବଂ କିଛିଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଉଥିଲା ।

ଏହାସହ ପଢନ୍ତୁ ଉଦ୍ଭଟ ମାନସିକତା, ଭୋକ ଲାଗିବାରୁ କାଟି ଖାଇଦେଲେ ମହିଳାଙ୍କ ମସ୍ତିସ୍କ

ଯଦିଓ ଅରି ତାଙ୍କର ଏହି ଶକ୍ତି ପାଇଁ ଅବଶୋଷ ମଧ୍ୟ କରିଥିଲେ କାରଣ ସେ ମଣିଷର ମୃତ୍ୟୁ ପୂର୍ବରୁ ଜାଣିପାରନ୍ତି ସତ କିନ୍ତୁ ସେ କାହାର ଜୀବନ ବଞ୍ଚାଇ ପାରନ୍ତି ନାହିଁ । ଅରିଙ୍କ କହିବା ଅନୁଯାୟୀ କେଉଁ ଲୋକର ମୃତ୍ୟୁ ହେବ ସେ ଜାଣିପାରନ୍ତି ସତ କିନ୍ତୁ ସେ ସେହି ବ୍ୟକ୍ତିକୁ ଏ ବିଷୟରେ ଜଣାଇ ନଥାନ୍ତି କାରଣ ସେ ପ୍ରକୃତି ସହିତ ଖେଳିବାକୁ ଚାଁହାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.