ଯାଜପୁର: ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ପୋଲ ଉପରୁ ଝୁଲିକି ରହିଲା ଡମ୍ଫର

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଗତକାଲି ରାତି ୯ଟା ୪୫ମିନିଟ୍ ସମୟରେ ଏକ ଆଇରନ ବୋଝେଇ ଡମ୍ଫର ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଉପରେ ଦୁର୍ଘଟଣାଗସ୍ତ ହୋଇଥିଲା। ଯାହାପରେ ପୋଲର ଫୁଟଫାତ ଉପରେ ଚଢ଼ି ଡମ୍ଫରଟି ଝୁଲିକି ରହିଥିଲା। ଯାହାଫଳରେ ନିଶ୍ଚିତ ମୃତ୍ୟମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ।

ସୂଚନା ଅନୁଯାୟୀ, ଉକ୍ତ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଏଭଳି ଘଟଣା ଘଟାଇ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ଜେନାପୁର ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଥାନାକୁ ନେଇଥିବା ବେଳେ ଡମ୍ଫରଟିକୁ ଜବତ କରିଛି ।

accidentଏହି ଦୁର୍ଘଟଣା ପରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ସଦସ୍ୟ, ଜନସାଧାରଣ ଓ ପୋଲିସ ପକ୍ଷରୁ ଟ୍ରାଫିକ ଜାମ ହଟାଯାଇଥିଲା । ଉକ୍ତ ରାଜପଥଟି ଅଣଓସାରିଆ ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ। ତେଣୁ ମଦ୍ୟପ ଚାଳକଙ୍କ ବେପରୁଆ ଗାଡିଚାଳନା ପାଇଁ ଉକ୍ତ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ସହ ଧନଜୀବନ ହାନି ହେଉଛି। ନିକଟରେ ଏହି ଜାତୀୟ ରାଜପଥର ପଙ୍କପାଳ ଛକ ନିକଟର ଦମ୍ପତିଙ୍କ ଉପରେ କ୍ରୋମାଇଟ ବୋଝେଇ ଗାଡି ଓଲଟି ପଡିଥିଲା।

Leave A Reply

Your email address will not be published.