Below header

ତ୍ୱଚାରେ ଚମକ ଆଣିବ କୋକୋ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆଜିକାଲି ବଢୁଥିବା ପ୍ରଦୂଷଣ ଯୋଗୁଁ ତ୍ୱଚା ଖରାପ ହେବାରେ ଲାଗିଛି। ଏହାସହ ଚେହେରାର ଉଜ୍ୱଳତା ମଧ୍ୟ ହ୍ରାସ ପାଉଛି। ଏମିତିରେ ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଥିବା ବେଳେ ଏହା ବହୁତ କଷ୍ଟ ଦେଉଛି। ଏହାକୁ ଦୂର କରିବା ପାଇଁ ଆପଣ ମୁହଁରେ କୋକୋ ମାସ୍କ ଲଗାନ୍ତୁ, କିଛି ଦିନରେ ଫାଇଦା ଜାଣିପାରିବେ। ଆସନ୍ତୁ ଜାଣିବା, କିପରି ବନାଇବେ କୋକୋ ମାସ୍କ..

mask

ଆବଶ୍ୟକ ସାମଗ୍ରୀ :

କୋକୋ ପାଉଡର

କ୍ଷୀର

ମହୁ

ବେସନ

powder

ପ୍ରସ୍ତୁତି ବିଧି :

ପ୍ରଥମେ କୋକେ ପାଉଡର ଏବଂ ବେସନକୁ ଏକାଠି ମିଶାଇ ଦିଅନ୍ତୁ। ତା ପରେ ଏଥିରେ କ୍ଷୀର ଏବଂ ମହୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ଦେବା ପରେ ମୁହଁରେ ଲଗାନ୍ତୁ। ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ତ୍ୱଚାରେ ଲଗାଇ ରଖିବା ପରେ ଶୁଖିବାକୁ ଛାଡିଦିଅନ୍ତୁ। ଏବେ ଏହାକୁ ଧୋଇଦିଅନ୍ତୁ। ଏହାକୁ କରିସାରିବା ପରେ ଆପଣ ଷ୍ଟିମ ମଧ୍ୟ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.