କି ପରିସ୍ଥିତି ହେଲା ! ବରଣମାଳାରେ ଫୁଲ ଜାଗାରେ ବର-କନ୍ୟା ପିନ୍ଧିଲେ ପିଆଜ ମାଳ, ଦେଖନ୍ତୁ ଭିଡିଓ

ପିଆଜ କଣ ପରିସ୍ଥିତ କଲା, ଲୋକେ ପିଆଜର ମହଙ୍ଗା ମାଡରେ କାନ୍ଦୁଛନ୍ତି। ଏବେ ତ ପିଆଜ ସୁନାର ସ୍ଥାନ ନେଲାଣି କାହିକିଁ ନା ଲୋକେ ଆଉ ବିବାହ ସମାରୋହରେ ଉପହାରରେ ସୁନା କିମ୍ବା ଦାମି ଜିନିଷ ବଦଳରେ ବରବଧୂଙ୍କୁ ପିଆଜ ଦେଉଛନ୍ତି। ଏହାକୁ ଅନ୍ତରର ସହକାରରେ ସେମାନେ ମଧ୍ୟ ନେଉଛନ୍ତି। ଏବେ ତ ସୋସିଆଲ ମିଡିଆରେ ପିଆଜ ଟ୍ରେଣ୍ଡରେ ରହିଛି। କିନ୍ତୁ ଏବେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଫୁଲମାଳ ଯାଗା ନେଇଛି ପିଆଜ ମାଳ। ବରବଧୂ ବରଣମାଳାରେ ଫୁଲ ମାଳ ପକାଇବା ଜାଗାରେ ପିଆଜ ମାଳ ପକାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ବାରଣାସୀର ଏକ ବିବାହ ସମାରୋହରେ ବର କନ୍ୟା ବରଣମାଳାରେ ଦୁହେଁ ଦୁହିଁଙ୍କୁ ପିଆଜ ଏବଂ ରସୁଣ ମାଳ ପିନ୍ଧାଇଛନ୍ତି। କେବଳ ଏକିତି ନୁହେଁ ବିବାହରେ ଯୋଗ ଦେଇଥିବା ଅତିଥି ମାନେ ମଧ୍ୟ ପିଆଜ ଉପହାର ଦେଇଛନ୍ତି।

brideସମାଜବାଦୀ ନେତା କହିଛନ୍ତି ଯେ ପିଆଜ ଦର ଏବେ ଆକାଶଛୁଆଁ। ଏବେ ପିଆଜ ସୁନା ଭଳି ଦାମି ହୋଇଗଲାଣି। ସେହପିରି ଅନ୍ୟ ଜଣେ ସମାଜବାଦୀ ନେତା କହିଛନ୍ତି ପିଆଜର ବର୍ଦ୍ଧିତ ଦାମକୁ ନେଇ ବର-ବଧୂ ପ୍ରତିକାତ୍ମକ ବିରୋଧ କରୁଛନ୍ତି। ବର-ବଧୂଙ୍କର କହିବା କଥା ଯେ ପିଆଜର ବର୍ଦ୍ଧିତ ଦାମକୁ ବିରୋଧ କରି ଦୁହେଁ ଏପରି କରିଛନ୍ତି।

ଦେଖନ୍ତୁ ଭିଡିଓ

video courtesy  : ANI news official

 

Leave A Reply

Your email address will not be published.