ସୋସିଆଲ ମିଡିଆରେ ଏକ ଫଟୋ ବହୁଳ ଭାବେ ଭାଇରଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଖୁବ କମ ସମୟ ଭିତରେ ଏହି ଫଟୋଟି ସମଗ୍ର ଦେଶବାସୀଙ୍କ ହୃଦୟ ମଧ୍ୟ ଜିତିପାରିଛି । ଏହି ଫଟୋ ଟିରେ ଏକ କୁକୁର ଓ ତାଙ୍କ ସହ ଏକ ଆର୍ମି ସୋଲଜର ନଜର ଆସିଛନ୍ତି । ଏହି ଫଟୋ ଟିରେ ଏକ ଆର୍ମି କମାଣ୍ଡର କୁକୁର ମେନକାଙ୍କୁ ସଲାମି କରୁଥିବା ନଜର ଆସିଛନ୍ତି । ଏଥିରେ କୁକୁରଟିକୁ ଲେଫନେଣ୍ଟ ଜେନେରାଲ କେଜେଏସ ଢିଲୋନ ନିଜର ସଲାମ ଜଣାଇଛନ୍ତି । ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତ୍କାର ଦେଉଥିବା ସମୟରେ ସେ କହିଛନ୍ତିକି ଏହି ବର୍ଷ ଅମରନାଥ ଯାତ୍ରା ସମୟରେ କମାଣ୍ଡର ମାନେ ଅମରନାଥ ଗୁମ୍ଫା ଦର୍ଶନ କରିବାକୁ ଯାଇଥିଲେ ।
ସେମାନେ ଯିବାର ଏହାର ୫୦ ମିଟର ପୂର୍ବରୁ ହିଁ ମେନକା ନିଜ କର୍ତ୍ତ୍ୟବରୁ ବାହାରି ଯାଇଥିଲେ । ଯେମିତି କମାଣ୍ଡର ମାନେ ସେଠାରେ ପହଞ୍ଚିଥିଲେ ଜେନେରାଲ ଢୀଲନ ମେନକାଙ୍କୁ ସଲାମି କରିବା ସହ ମେନକା ମଧ୍ୟ ନିଜ ଅନ୍ଦାଜରେ ସଲାମି ଜଣାଇଥିଲେ । ଭାରତୀୟ ସେନାର ପରମ୍ପରା ଅନୁଯାୟୀ ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ସଲାମି ଦିଆଯାଇଥାଏ । ତେଣୁ ଲେପହନେଣ୍ଟ ଜେନେରାଲ ଢୀଲନ କୁକୁର ଟିକୁ ସଲାମି ଦେଇଛନ୍ତି ।