ଦେବଦଦୂତ ସାଜି ବଞ୍ଚାଇଲେ ପୋଷା କୁକୁରର ଜୀବନ, ଦେଖନ୍ତୁ ଥରେ ଏହି ଭିଡ଼ିଓ

ବେଳେ ବେଳେ ଆମ ଚାରି ପାଖରେ ଏମିତି କିଛି ଘଟଣା ଘଟିଯାଇଥାଏ ଯାହା ବିଷୟରେ ଆମେ କେବେବି ଜାଣିପାରିନଥାନ୍ତି । ଆଉ କିଛି ଏମିତି ବି ଘଟଣା ଘଟିଥାଏ ଯାହା ଆମ ଅସାବଧନତା ଯୋଗୁଁ ହୋଇଥାଏ । ତେବେ ଏହା ଭିତରେ ଏମିତି ଏକ ଘଟଣା ସାମ୍ନକୁ ଆସିଛି ଯାହା ଜାଣିବା ପରେ ଆପଣ ନିଶ୍ଚିତ ଅନୁଭବ କରିପାରିବେ କି, ସତରେ ସାମାନ୍ୟ ଅସାବଧତା ପାଇଁ ଅନେକ ସମୟରେ ବହୁତ କିଛି ହରାଇବାକୁ ପଡିଥାଏ । ତେବେ ଏହି ଘଟଣାରେ କିଛି ଘଟିବା ପୂର୍ବରୁ ଜଣେ ବ୍ୟକ୍ତି ଦେବଦଦୂତ ସାଜି ପହଁଚିଯାଇଥିଲେ ଆଉ କିଛି ହେବାକୁ ଥିବା ଅଘଟଣକୁ ଟାଳିଦେଇଥିଲେ ।

dog picଘଟଣାଟି ଘଟିଛି ଟେକ୍ସାସର ଏକ ଆପାର୍ଟମେଣ୍ଟର । ଯେଉଁଠାରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି ସମସ୍ତ ଘଟଣା। ଭିଡ଼ିଓରେ ଦେଖିବାକୁ ମିଳୁଛି ଗୋଟେ ଛୋଟ ପୋଷା କୁକୁରଟି ଲିଫ୍ଟ ପାଖରେ ଏପଟ ସେପଟ ହେଉଛି । ଲାଗୁଛି କୁକୁରଟିର ମାଲିକ ଜଣଙ୍କର ବୋଧହୁଏ କୁକୁର ରଖିବାର ଇଚ୍ଛା କିନ୍ତୁ ତାର ଦାୟିତ୍ୱ ନେବାର ଇଚ୍ଛା ନାହିଁ । ତେବେ ଏହା ଭିତରେ ଜଣେ ପୁରୁଷ ଲିଫ୍ଟରୁ ବାହାରୁଛନ୍ତି ଏବଂ ସେହି ସମୟରେ ଜଣେ ମହିଳା ଲିଫ୍ଟରେ ଏଣ୍ଟ୍ରୀ କରୁଛନ୍ତି । ସେହି ସମୟ ସେଠାରେ ବୁଲୁଥିବା କୁକୁରଟି ହଠାତ୍ ଲିଫ୍ଟ ପାଖକୁ ଚାଲିଯାଉଛି ଏବଂ ସେହି ମୁହୂର୍ତ୍ତରେ ହିଁ ଲିଫ୍ଟଟି ବନ୍ଦ ହୋଇଯାଉଛି । ଯାହାଫଳରେ କୁକୁରଟିର ବେକରେ ଲାଗିଥିବା ଫିତାଟି ଲିଫ୍ଟରେ ଲାଖି ଯାଉଛି ।

video courtesy: CBS 17

ଏହି ଘଟଣାକୁ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଜଣଙ୍କ ଦେଖି ତୁରନ୍ତ କୁକୁରଟିକୁ ଜାବୁଡି ଧରୁଛନ୍ତି ଏବଂ ବେକରେ ଲାଗିଥିବା ଫିତାଟିକୁ ଉପସ୍ଥିତ ବୁଦ୍ଧି ଖଟାଇ ଛିଡାଇଦେଉଛନ୍ତି । ଯାହାଫଳରେ କୁକୁରଟିର ଜୀବନ ଅଳ୍ପକେ ବଞ୍ଚିଯାଉଛି । ତେବେ ଦୟାକରି ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ନିହାତୀ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.