୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡ. ତରୁଣକାନ୍ତି ମିଶ୍ର

ଭୁବନେଶ୍ବର (କେନ୍ୟୁଜ୍) : ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡ. ତରୁଣକାନ୍ତି ମିଶ୍ର। କ୍ଷୁଦ୍ରଗଳ୍ପ ସଂକଳନ ଭାସ୍ୱତୀ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ତରୁଣକାନ୍ତି। ମାତ୍ର ୧୪ ବର୍ଷ ବୟସରେ ତାଙ୍କର ପ୍ରଥମ ଗଳ୍ପ ପ୍ରକାଶିତ ହୋଇଥିଲା। ୧୯୬୮ରେ ବିଜେବିରେ ପଢିବା ସମୟରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଆବର୍ତ୍ତର ଦୁଇଟି ସ୍ୱର ପ୍ରକାଶିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କର ୧୮ଟି ଗଳ୍ପ ସଂକଳନ ଓ ଦଣ୍ଡକାରଣ୍ୟ ଉପରେ ପର୍ଯ୍ୟବେସିତ ଉପନ୍ୟାସ ଶରଦଃ ଶତମ୍‌ ପ୍ରଚୁର ପାଠକୀୟତା ଲାଭ କରିଥିଲା।

Leave A Reply

Your email address will not be published.