ବିଲେଇର ପିଛା କରି ଗଛ ଉପରକୁ ଚଢ଼ିଗଲା ଜର୍ମାନ ଶେଫର୍ଡ, ତା’ ପରେ ହେଲା ଏମିତି କିଛି, ହସିବାକୁ ଲାଗିଲେ ରେସ୍‌କ୍ୟୁ ଟିମ୍‌

ଆମେରିକାର କାଲିଫର୍ଣ୍ଣିଆରେ ଲେଥ୍ରୋପ୍‌ ମେଣ୍ଟେକା ଫାୟାର୍‌ ଡିଷ୍ଟ୍ରିକ୍ଟର ଏକ ଫେସ୍‌ବୁକ ପୋଷ୍ଟ୍‍ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟକୁ ଦେଖି ୟୁଜରମାନଙ୍କୁ ଖୁବ୍‌ ମଜା ଆସୁଛି। ଏପରି କି, ଆପଣ ମଧ୍ୟ ପୋଷ୍ଟଟିକୁ ଦେଖିଲେ, ନିଜର ହସକୁ କେଣ୍ଟ୍ରାଲ କରିପାରିବେ ନାହିଁ।

ଫେସ୍‌ବୁକରେ ଲେଥ୍ରୋପ୍‌ ମେଣ୍ଟେକା ଫାୟାର୍‌ ଡିଷ୍ଟ୍ରିକ୍ଟ ଦ୍ୱାରା ଫଟୋ ଶେୟାର କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଫାୟାର ଅଫିସରମାନେ ଗଛ ଉପରେ ଚଢ଼ିଥିବା କୁକୁରକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି। କୁକୁରଟିକୁ ତଳକୁ ଆଣିବା ପାଇଁ ସିଡିର ବ୍ୟବହାର କରାଯାଇଛି।

DOG2

ରିପୋର୍ଟ ମୁତାବକ, କୁକୁରଟି ବିଲେଇର ପିଛା କରି କରି ଏକ ଉଚ୍ଚ ଗଛ ଉପରକୁ ଚଢ଼ିଯାଇଛି। ହେଲେ ତଳକୁ ଓହ୍ଲାଇ ପାରୁନି। ଏହାରି ଭିତରେ ବିଲେଇଟି କିନ୍ତୁ ତଳକୁ କୁଦି ପଡ଼ିଛି। ପରେ କୁକୁରକୁ ରେସ୍‌କ୍ୟୁ ଟିମ୍‌ ଉଦ୍ଧାର କରିଛି।

ଫାୟାର ବିଗ୍ରେଡ୍‌ ବିଭାଗ ଫଟୋ ଶେୟାର କରି ଲେଖିଛି, ପୂର୍ବରୁ ଆପଣ ଶୁଣିଥିବେ, ଫାୟାର ଫାଇଟରମାନେ ବିଲେଇମାନଙ୍କୁ ଗଛରୁ ଉଦ୍ଧାର କରିଥାଆନ୍ତି। କିନ୍ତୁ ଆପଣଙ୍କର କୁକୁର ବିଷୟରେ କ’ଣ ଧାରଣା ରହିଛି? ଏହାସହ ବିଭାଗ ଲେଖିଥିଲା, କୁକୁରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେ କୁକୁର ପୁଣିଥରେ ଗଛ ଚଢ଼ିବା ପୂର୍ବରୁ ଦୁଇଥର ଭାବିବ।

ଏହି ପୋଷ୍ଟ ୧୫ ଡିସେମ୍ବରରେ ଶେୟାର କରାଯାଇଥିଲା। ପୋଷ୍ଟଟି ଖୁବ୍‌ ଭାଇରାଲ ହୋଇଯାଇଥିଲା। ଏ ପଯ୍ୟର୍ନ୍ତ ଏହାକୁ ହଜାର ହଜାର ଲାଇକ୍ ଏବଂ ପ୍ରତିକ୍ରିୟା ମିଳିସାରିଛି।

Leave A Reply

Your email address will not be published.