କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀ ମ୍ୟାଚ ପାଇଁ  ସ୍ୱତନ୍ତ୍ର ମୋ ବସ, ଭୁବନେଶ୍ବରରୁ ଷ୍ଟାଡିୟମ ଯାଏ ଉପଲବ୍‌ଧ

ଭୁବନେଶ୍ବର (କେନ୍ୟୁଜ୍) : ବାରବାଟୀ ମ୍ୟାଚ ପାଇଁ  ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦିଆଯାଉଛି। ଏହି ସେବା ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଯାଏ ଓ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍‌ଧ ହେବ। ଉଭୟ ବସ ଭାୟା ନନ୍ଦନକାନନ ହୋଇ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବ। ଏହି ସ୍ୱତନ୍ତ୍ର ବସ ସେବା ସକାଳ ସାଢେ ୮ଟାରୁ ପୂର୍ବାହ୍ଣ ୧୧ଟା ଓ ପୁଣି ଥରେ ଫେରିବା ଯାତ୍ରୀଙ୍କ ପାଇଁ ରାତି ୧୦ଟାରୁ ମଧ୍ୟରାତ୍ରିଯାଏ ଉପଲବ୍‌ଧ ହେବ। ଏହି ସ୍ୱତନ୍ତ୍ର ବସ ସେବା ପାଇଁ ବସ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.