ମାର୍ଚ୍ଚ ୨୦୨୦ ପରେ କମ ହୋଇଯିବ ବ୍ୟାଙ୍କର NPA, ଦାବିକଲେ SBI ଚେୟାରମ୍ୟାନ

ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI)ର ଚେୟାରମ୍ୟାନ ରଜନିଷ କୁମାରଙ୍କ କହିବା ଅନୁଯାୟୀ NPA (Non-Performing Assets)ମାମଲାରେ ଅଧିକାଂଶ ବ୍ୟାଙ୍କ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭଲ ସ୍ଥିତିରେ ରହିବ । ଏହାସହିତ ସେ କହିଛନ୍ତି ଯେ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ଲୋନ ବିତରଣ କରିବା ପାଇଁ କ୍ୟାସର ଅଭାବ ରହିବନାହିଁ ଓ ବୁନିୟାଦୀ ସଂରଚନା ଏବଂ ଉପଭୋକ୍ତା କ୍ଷେତ୍ରରେ ଲୋନ ପାଇଁ ସେପରି କିଛି ଅଭାବ ଦେଖାଯାଇନାହିଁ ।

NBI of banks will be reduced by March 2020, SBI chairman said this

ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ ହ୍ରାସ କରିବାର ଲାଭ ଉପଭୋକ୍ତାଙ୍କ ପାଖରେ ପହଞ୍ଚିପାରୁ ନାହିଁ କାହିଁକି ଏ ବିଷୟରେ ପ୍ରଶ୍ନ କରାଯିବା ପରେ ରଜନିଷ କହିଥିଲେ ଯେ ବ୍ୟାଙ୍କର ସମ୍ପତ୍ତି ଏବଂ ଦେୟଦାରୀରେ ଅସନ୍ତୁଳନ ହେବାର ରିସ୍କକୁ ଦେଖି ସୁଧର ଦର ଗୋଟିଏ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ କଟାଯାଇପାରିବ ନାହିଁ । ସୂଚନା ଅନୁଯାୟୀ ଚଳିତ ବର୍ଷ ଏସବିଆଇ ପାଞ୍ଚଥର ରେପୋ ରେଟ ହ୍ରାସ କରିଛି କିନ୍ତୁ ଏପର୍ଯ୍ୟନ୍ତ ଆଶାନୁଯାୟୀ କୌଣସି ସୁଫଳ ମିଳିପାରିନାହିଁ । ଏହି କାରଣରୁ ଡିସେମ୍ବରର ମନିଟାରି ରିଭିୟୁ ମିଟିଂରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହି ନିଷ୍ପତ୍ତି ଉପରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ବର୍ତ୍ତମାନ ପୂର୍ବ ହ୍ରାସର ଲାଭ ଗ୍ରାହକମାନଙ୍କ ପାଖରେ ପହଂଚିବା ବହୁତ ଜରୁରୀ ଅଟେ ।

Image result for banking industry npa situation to improve by fiscal end

ଏସବିଆଇ ଚେୟାରମ୍ୟାନ ରଜନିଷଙ୍କ କହିବା ଅନୁଯାୟୀ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ପୁଞ୍ଜିର କୌଣସି ଅଭାବ ନାହିଁ । ଏହାସହିତ କର୍ପୋରେଟ ପର୍ଯ୍ୟାପ୍ତ ପରିମାଣରେ ଲୋନ ନେଉନାହିଁ ଏବଂ ନିଜ କ୍ଷମତାର ଠିକଭାବେ ଉପଯୋଗ କରିପାରୁନାହିଁ । ଟେଲିକମ କମ୍ପାନୀ ସ୍ପେକ୍ଟରମକୁ ପ୍ରସ୍ତାବିତ ନିଲାମୀ ପାଇଁ ଲୋନ ଦେବା ବିଷୟରେ ସେ କହିଥିଲେ “ଆମପାଇଁ ଦୂରସଂଚାର କମ୍ପାନୀ ଗୁଡିକର ସ୍ପେକ୍ଟରମ ନିଲାମୀ ପାଇଁ ଋଣ ଦେବା ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ । ଏହା କାଗଜ ଉପରେ ସୁରକ୍ଷିତ ହୋଇଥାଏ କିନ୍ତୁ ବ୍ୟବହାରିକ ଭାବେ ଏହା ଅସୁରକ୍ଷିତ ହୋଇଥାଏ । ତେଣୁ ଏ ପରିସ୍ଥିତିରେ ବ୍ୟାଙ୍କକୁ ଟେଲିକମ କମ୍ପାନୀକୁ ଲୋନ ଦେବା ପୂର୍ବରୁ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.