Below header

SBI ଗ୍ରାହକ ସାବଧାନ! ୧୦ ଦିନ ଭିତରେ ବନ୍ଦ ହୋଇଯିବ ଆପଣଙ୍କ ଡେବିଟ୍‌ କାର୍ଡ

୩୧ ଡିସେମ୍ବର ପରେ ଦେଶରେ ଅନେକ ଏଟିଏମ୍‌ କମ୍‌ ଡେବିଟ୍‌ କାର୍ଡ ବନ୍ଦ ହୋଇଯିବ। ଏହାଦ୍ୱାରା ଗ୍ରାହକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ( SBI) ନିଜ ଉପଭୋକ୍ତାମାନଙ୍କ ପାଇଁ ଆଲର୍ଟ ଜାରି କରିଛି। ଡେବିଟ୍‌ କାର୍ଡକୁ ବଦଳାଇବା ପାଇଁ ଗ୍ରାହକମାନେ ତୁରନ୍ତ ବ୍ୟାଙ୍କ ସହିତ ସମ୍ପର୍କ କରନ୍ତୁ। କାରଣ, ୧ ଜାନୁୟାରୀ ୨୦୨୦ଠାରୁ ସେମାନଙ୍କ କାର୍ଡରୁ ଲେଣଦେଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

cars22

ବନ୍ଦ ହେବ ଏହି କାର୍ଡ

SBI କହିଛି, ସେ ବର୍ତ୍ତମାନ ନିଜର ଚାଲୁ ଥିବା ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ ଡେବିଟ୍‌ କାର୍ଡର ବ୍ୟବହାରକୁ ବନ୍ଦ କରିବାକୁ ଯାଉଛି। ୧ ଜାନୁୟାରୀରୁ କେବଳ ଇଏମ୍‌ବି ଚିପ୍‌ ଏବଂ ପିନ୍‌ ଥିବା କାର୍ଡ ହିଁ ବ୍ୟବହାର କରାଯାଇପାରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଦେଶ ଅନୁଯାୟୀ ଏଭଳି କରିବା ଜରୁରୀ ଅଟେ। ଆଦେଶ ମୁତାବକ, ଭାରତରେ ଚାଲୁଥିବା ସମସ୍ତ ବ୍ୟାଙ୍କକୁ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ ଥିବା ଡେବିଟ୍‌ କାର୍ଡର ପ୍ରୟୋଗକୁ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପଡ଼ିବ।

cars5

ଏଥିପାଇଁ ନିଆଯାଉଛି ପଦକ୍ଷେପ

ଠକେଇରୁ ବର୍ତ୍ତିବା ପାଇଁ ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇ ଦ୍ୱାରା ଏଭଳି ନିର୍ଦ୍ଦେଶ ପୂର୍ବରୁ ବି ମିଳିସାରିଛି। ଅଧିକାଂଶ ନୂଆ ଗ୍ରାହକମାନଙ୍କୁ ଇଏମ୍‌ବି ଚିପ୍‌ ଥିବା ଡେବିଟ୍‌ କାର୍ଡ ଦିଆଯାଉଛି। ଯେଉଁ ଗ୍ରାହକଙ୍କ ପାଖରେ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ର ଡେବିଟ୍‌ କାର୍ଡ ଅଛି, ସେଥିରେ ଗ୍ରାହକ ୩୧ ଡିସେମ୍ବର ପରେ ପଇସା ଆଉ ଉଠାଇ ପାରିବେ ନାହିଁ।

ଏହି ଉପାୟରେ ବଦଳିପାରେ କାର୍ଡ

SBI ନିଜ ଗ୍ରାହକମାନଙ୍କୁ କହିଛି, ପୁରୁଣା କାର୍ଡ ବଦଳାଇବାରେ କୌଣସି ପ୍ରକାର କିଛି ଚାର୍ଜ ଲାଗିବନାହିଁ। ଗ୍ରାହକମାନେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୋନୋ ଆପ୍‌ କିମ୍ବା ନିଜର ନିକଟତମ ଶାଖାକୁ ଯାଇ କାର୍ଡ ବଦଳାଇ ପାରିବେ। ଯଦି ଗ୍ରାହକଙ୍କୁ କୌଣସି ପ୍ରକାର ଚାର୍ଜ ଲାଗିଥାଏ, ତା’ହେଲେ ଏହାର ରିଫଣ୍ଡ ପାଇବା ପାଇଁ ମଧ୍ୟ ଆବେଦନ କରିପାରିବେ।

cars43

ଅପ୍‌ଡେଟେଡ୍‌ ଜଣା ଥିବା ଦରକାର

ଇଏମ୍‌ବି କାର୍ଡ ଆପ୍ଲାଏ କରିବା ପୂର୍ବରୁ ଗ୍ରାହକମାନଙ୍କର ବର୍ତ୍ତମାନର ଠିକଣା ଅପ୍‌ଡେଟେଡ୍‌ ହେବା ଜରୁରୀ। କାରଣ, ନୂଆ କାର୍ଡ ଗ୍ରାହକମାନଙ୍କ ରେଜିଷ୍ଟର୍ଡ ଠିକଣାରେ ହିଁ ପଠାଯିବ। ଯଦି ଠିକଣା ଭୁଲ୍‌ ହୁଏ, ତା’ହେଲେ ଗ୍ରାହକମାନଙ୍କୁ କାର୍ଡ ମିଳିବ ନାହିଁ ଏବଂ ତାହା ବ୍ୟାଙ୍କକୁ ଫେରିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.