ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି, ପ୍ରଥମ ଦିନରେ ଦର୍ଶକଙ୍କ ଆକର୍ଷଣ ପାଲଟିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୋନୁ ନିଗମ

ଗୋପାଳପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ ଗୋପାଳପୁର ବେଳାଭୂମି ମହୋତ୍ସବ । ମହୋତ୍ସବ ସହିତ ମୁଖ୍ୟମନ୍ତ୍ରୀ ପଲ୍ଲିଶ୍ରୀ ମେଳା ଓ ହର୍ବାଲ୍‌ ମେଳାର ଶୁଭାରମ୍ଭ କଲେ । ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି। ଦୀର୍ଘ ୫ ଦିନ ଧରି ଝୁମିବ ଗୋପାଳପୁର ଏବେ ଝୁମିବେ ଲୋକ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ଦର୍ଶକଙ୍କ ଆକର୍ଷଣ ପାଲଟିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୋନୁ ନିଗମ। ଦୀର୍ଘ ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ୨୦୦ରୁ ଅଧିକ ଷ୍ଟଲ ଓ ପଲଶ୍ରୀ ମେଳା ସ୍ଥାନ ପାଇଛି। ଏହାସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ହର୍ବାଲ ମେଳାର ମଦ୍ୟ ଆୟୋଜନ କରାଯାଇଛି।

 

Leave A Reply

Your email address will not be published.