ପ୍ରସିଦ୍ଧ ହିନ୍ଦୁ ଗ୍ରନ୍ଥ ମହାଭାରତରେ ଉଲ୍ଳେଖିତ ଅନେକ ପ୍ରାଚୀନ ସହର ଆଜି ମଧ୍ୟ ଅବସ୍ଥିତ, ଯାହା ବର୍ତ୍ତମାନ ଭାରତ, ପାକିସ୍ତାନ ଏବଂ ଆପଗାନିସ୍ତାନରେ ବିସ୍ତାରିତ ହୋଇ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ପ୍ରାଚୀନ ସହର ସମ୍ପର୍କୀତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ, ଯାହା ଆଜି ମଧ୍ୟ ଲୋକମାନଙ୍କୁ ଆକର୍ଷିତ କରି ରଖିଛି।
ଗାନ୍ଧାର
ବର୍ତ୍ତମାନର କାନ୍ଧାହାର ପୂର୍ବରୁ ଗାନ୍ଧାର ନାଁରେ ପରିଚିତ ଥିଲା। ଏହି ଦେଶ ପାକିସ୍ତାନର ରାଓ୍ଵଲପିଣ୍ଡି ଠାରୁ ଆରମ୍ଭ କରି ସୁଦୂର ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଥିଲା। ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀ ସେଠାର ରାଜା ସୁବଳଙ୍କର ପୁତ୍ରୀ ଥିଲେ। ଗାନ୍ଧାରୀଙ୍କ ଭାଇ ସକୁନୀ ଦୁର୍ଯ୍ୟୋଧନଙ୍କର ମାମା ଥିଲେ। ଗାନ୍ଧାରୀଙ୍କୁ ନେଇ ଏଭଳି କାହାଣୀ ପ୍ରଚଳିତ ଯାହା ମହାଭାରତ ଯୁଦ୍ଧ ପରେ ପାଣ୍ଡବ ହିମାଳୟ ବାହାରିଥିଲେ। ଏଠାରେ ପାଣ୍ଡବ ବଂଶଜ ଜନ୍ମେଜୟ ନିଜର ପିତା ପରୀକ୍ଷିତଙ୍କୁ ସାପ ଧଂସିବା ପରେ ମୃତ୍ୟୁ ହେବା ପରେ କ୍ରୋଧିତ ସର୍ପଯଜ୍ଞର ଆୟୋଜନ କରିଥିଲେ। ଯେଉଁଥିରେ ହଜାରେ ନାଗ ଜଳି ଭସ୍ମ ହୋଇଯାଇଥିଲେ।
କେକୟ ପ୍ରଦେଶ
ଜମ୍ମୁ-କଶ୍ମରୀର ଉତ୍ତର ଅଞ୍ଚଳ ମହାଭାରତରେ କେକୟ ପ୍ରଦେଶ ରୂପେ ଉଲ୍ଲେଖ କରାଯାଇଛି। କେକୟ ପ୍ରଦେଶର ରାଜା ଜୟସେନଙ୍କର ବିବାହ ବସୁଦେବଙ୍କ ଭଉଣୀ ରାଧାଦେବୀଙ୍କ ସହ ହୋଇଥିଲା। ତାଙ୍କର ପୁତ୍ର ବିନ୍ଦ ଜରାସନ୍ଧ ଦୁର୍ଯ୍ୟୋଧନଙ୍କର ମିତ୍ର ଥିଲେ। ମହାଭାରତ ଯୁଦ୍ଧରେ ବିନ୍ଦ କୌରବଙ୍କ ସମର୍ଥନ କରିଥିଲେ।
ଇନ୍ଦ୍ର ପ୍ରସ୍ଥ ଏବଂ ଖଣ୍ଡାଭପ୍ରସ୍ଥ
ମହାଭାରତରେ ଯେଉଁ ଇନ୍ଦ୍ରପ୍ରସ୍ଥ ଏବଂ ଖାଡବପ୍ରସ୍ଥ ବିଷୟରେ ଉଲ୍ଲେଖ କରାଯାଇଛି ତାହା ବର୍ତ୍ତମାନ ଭାରତର ରାଜଧାନୀ ଦିଲ୍ଲୀ ।
ଉଜ୍ଜାନିକ
ମହାଭାରତରେ ଯେଉଁ ଉଜ୍ଜାନିକ ନାମକ ସ୍ଥାନ ସମ୍ପର୍କରେ ଉଲ୍ଳେଖ କରାଯାଇଛି ତାହା ବର୍ତ୍ତମାନ କାଶୀପୁର ନାଁ ରେ ପରିଚିତ। ଯାହା ଉତ୍ତରାଖଣ୍ଡର ନୈନୀତାଲା ଜିଲ୍ଲାରେ ଅବସ୍ଥିତ। ଏଠାରେ ଗୁରୁ ଦ୍ରୋଣାଚାର୍ଯ୍ୟ କୌରବ ଏବଂ ପାଣ୍ଡବଙ୍କୁ ଶିକ୍ଷା ଦେଇଥିଲେ। ଏଠାରେ ଅବସ୍ଥିତ ଦ୍ରୋଣସାଗର ହ୍ରଦ ବିଷୟରେ କୁହାଯାଇଥାଏ ପାଣ୍ଡବମାନଙ୍କ ଗୁରୁ ଦକ୍ଷିଣ ଦିଗରେ ଏହି ହ୍ରଦ ନିର୍ମାଣ କରିଥିଲେ।
ପାଞ୍ଚାଳ ରାଜ୍ୟ
ପାଞ୍ଚାଳର ପୌରାଣିକ ୧୬ ମହାଜନପଦ ମଧ୍ୟରୁ ସ୍ୱତନ୍ତ୍ର। ପଶ୍ଚିମ ଉତ୍ତର ପ୍ରଦେଶର ବରେଲୀ, ବଦାୟୁ ଏବଂ ଫରୁଖାବାଦ ଜିଲ୍ଲାରେ ପରିବୃତ୍ତ ପ୍ରଦେଶର ପ୍ରାଚୀନ ନା ରହିଛି। ଏହା କାନପୁର ଠାରୁ ବାରଣାସୀ ମଧ୍ୟର ଗଙ୍ଗା ଅଞ୍ଚଳରେ ବିସ୍ତାରିତ ହୋଇ ରହିଥିଲା।
ବୃନ୍ଦାବନ
ମହାଭାରତ ଯୁଗର ବଅନ୍ଦାବନ ଆଜି ମଧ୍ୟ ଏହି ନାଁରେ ପରିଚିତ। ଏହା ବର୍ତ୍ତମାନ ଉତ୍ତରପ୍ରଦେଶରେ ଅବସ୍ଥିତ। ଏଠାରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ରାସ ରଚିଥିଲେ ଏବଂ ଗାଈ ଚରାଉଥିଲେ।
ମଥୁରା
ମହାଭାରତରେ କଂସ ନଗରୀ ମଥୁରା ସମ୍ପର୍କରେ ଉଲ୍ଳେଖ କରାଯାଇଛି। ଏହି ସ୍ଥାନ ଆଜି ମଧ୍ୟ କଂସ ନଗରୀ ନାମରେ ପରିଚିତ। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ଆଜି ମଧ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କୃଷ୍ଣଙ୍କ ଜନ୍ମଭୂମି ଦର୍ଶନ କରିବା ପାଇଁ ଏହି ସ୍ଥାନକୁ ଆସିଥାନ୍ତିି।