ନୂଆଦିଲ୍ଲୀ (କେନ୍ୟୁଜ୍) : କେନିଆରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ । କେନିଆର ଲାମାରେ ଥିବା ଦୂତାବାସ ଉପରେ ଆଜି ସକାଳେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆମେରିକାର ମିଲିଟାରୀ ଏୟାରକ୍ରାଫ୍ଟ ଓ ଗାଡ଼ି ନଷ୍ଟ ହୋଇଛି । ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ଅଲକାଏଦା ସମର୍ଥିତ ଅଲ୍ ସବାବ୍ । ଅଲ୍ ସବାବ୍ର କିଛି ସଦସ୍ୟ ୟୁଏସ୍ର ନାଭାଲ୍ ବେସ୍ ଭାବେ ଜଣାଶୁଣା କ୍ୟାମ୍ପ ସିମ୍ବା ଉପରେ ଆକ୍ରମଣ କରିଥିଲେ ।