Below header

୯୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କଲା BSNL, ୯୦ ଦିନର ବୈଧତା ସହ ମିଳିବ ଏହି ସବୁ ଲାଭ

ଟେଲିକମ୍‌ କମ୍ପାନୀ ‘BSNL’ ନିଜ ଗ୍ରାହକମାନଙ୍କ ପାଇଁ ୯୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କରିଛି। କମ୍ପାନୀ ଏହି ପ୍ଲାନ୍‌କୁ ‘BSNL Vasantham Gold Plan’ ବା ‘PV 96’ ନାଁ ଦେଇଛି। ଏଥିରେ ୟୁଜରମାନଙ୍କୁ ୯୦ ଦିନର ବୈଧତା ମିଳିବ। ଏହି ପ୍ଲାନ୍‌ ସହିତ ମିଳିବାକୁ ଥିବା ଲାଭର ବୈଧତାରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ।

BSNLର ୯୬ ଟଙ୍କିଆ ପ୍ଲାନ୍‌ରେ ପ୍ରତ୍ୟେକ ଦିନ ଭଏସ୍‌ କଲିଂ ପାଇଁ ୨୫୦ ମିନିଟ୍‌ ଏବଂ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ଦିଆଯିବ। ଏହି ଫାଇଦାର ବୈଧତା ପୂର୍ବଭଳି ୨୧ ଦିନ ରହିଛି।

bsnl6

ଏଥିପୂର୍ବରୁ BSNL ନୂଆବର୍ଷରେ ୟୁଜରଙ୍କ ପାଇଁ ୧,୯୯୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଛାଡ଼ିଥିଲ। ଏହି ଅଫର୍‌ର ଲାଭ ଗ୍ରାହକମାନେ ୩୧ ଜାନୁୟାରୀ ପଯ୍ୟର୍ନ୍ତ ଉଠାଇପାରିବେ। ଏଥିରେ ଗ୍ରାହକଙ୍କୁ ୩୬୫ ଦିନ ବଦଳରେ ୪୨୫ ଦିନର ବୈଧତା ମିଳିବ। ଏହାସହ BSNL ବଛା ବଛା ରିଚାର୍ଜ ସହିତ ଅତିରକ୍ତ ଟକ୍‌ ଟାଇମ୍‌ ଦେଉଛି। କେବଳ ଏତିକି ନୁହେଁ, ଏଥିରେ ପ୍ରତ୍ୟେକ ଦିନ ୩ଜିବି ଡାଟା, ଅନ୍‌ଲିମିଟେଡ୍‌ କଲିଂ ଏବଂ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯିବ। ଏଠି BSNL ଟ୍ୟୁନ୍ସ ଏବଂ BSNLଟିଭି ସବ୍‌ସ୍କ୍ରିପଶନ ମଧ୍ୟ ମିଳିବ।

bsnl 12

ପୂର୍ବରୁ BSNL ୧୦୯ ଟଙ୍କିଆ ଏବଂ ୨୩୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଆଣିଥିଲା। ୨୩୬ ଟଙ୍କିଆ ପ୍ଲାନ୍‌ରେ ଆପଣଙ୍କୁ ୮୪ ଦିନର ବୈଧତା ମିଳିବ। ଏହାଛଡ଼ା ପ୍ରତ୍ୟେକ ଦିନ ୧୦ ଜିବିର ୪ଜି ଡାଟା ମଧ୍ୟ ମିଳିବ। କିନ୍ତୁ ଏହି ପ୍ଲାନ୍‌ରେ ଆପଣଙ୍କୁ କଲିଂ ଏବଂ ମେସେଜ୍‌ର ଲାଭ ମିଳିବ ନାହିଁ।

BSNL ୧୦୯ ଟଙ୍କିଆ ପ୍ଲାନ୍‌ରେ ୟୁଜରଙ୍କୁ ୯୦ ଦିନର ବୈଧତା ସହ ଅଲଗା ଭାବେ ୨୦ ଦିନର ସମୟସୀମା ମିଳିବ। ଏହାଛଡ଼ା ଏଥିରେ ୫ଜିବି ଡାଟା ଦିଆଯାଇଛି। ୟୁଜରମାନଙ୍କୁ ଅନ୍‌ଲିମିଟେଡ୍‌ କଲିଂର ମଧ୍ୟ ସୁବିଧା ମିଳିବ। ଏହି ପ୍ଲାନ୍‌ କଲିଂ ପାଇଁ ପ୍ରତିଦିନ ୨୫୦ ମିନିଟ୍‌ ମିଳିବ। ଯଦିଓ ଏହି ପ୍ଲାନ୍‌ କେରଳ ସର୍କଲ ୟୁଜରଙ୍କ ପାଇଁ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.