ଜେଏନୟୁ ହିଂସାରେ ସଂପୃକ୍ତ ସମସ୍ତ ସଦସ୍ୟଙ୍କ ଜବତ ହେବ ଫୋନ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜେଏନୟୁ ହିଂସାରେ ସଂପୃକ୍ତ ସମସ୍ତ ସଦସ୍ୟଙ୍କ ଫୋନ ଜବତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଜାନୁଆରି ୫ତାରିଖରେ ଜେଏନୟୁ ପରିସରରେ ହୋଇଥିଲା ବ୍ୟାପକ ହିଂସା। ଏହା ବିଭିନ୍ନ ହ୍ଵାଟସ୍‌ ଅପ ଗ୍ରୁପ ଦ୍ୱାରା ପରିଚାଳିତ ହୋଇ ହିଂସାକୁ ବୃଦ୍ଧି କରିଥିଲା। ଜେଏନୟୁର ତିନିଜଣ ପ୍ରଫେସରଙ୍କ ଆବେଦନ କ୍ରମେ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହ୍ଵାଟସ୍‌ ଆପ ଦ୍ୱାରା ଆକ୍ରମଣ ସଂଗଠିତ ଓ ପୂର୍ବନିର୍ଦ୍ଧାରିତ ଥିଲା ବୋଲି କୋର୍ଟ କହିଛନ୍ତି। ଫ୍ରେଣ୍ଡସ ଅଫ ଆରଏସଏସ ଓ ୟୁନିଟି ଏଗେନ୍‌ଷ୍ଟ ଲେଫ୍‌ଟ ଦୁଇ ଗ୍ରୁପ ଦ୍ୱାରା ଆକ୍ରମଣ ଭିଆଯାଇଥିଲା ବୋଲି ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି। ଏହାସହ ହ୍ଵାଟ୍‌ସ ଆପ୍‌ ଓ ଗୁଗୁଲକୁ ସମସ୍ତ ଡାଟା ସଂରକ୍ଷିତ କରି ରଖିବା ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.