Below header

#MeToo: ଅନୁ ମଲ୍ଲିକଙ୍କୁ ମିଳିଲା ଆଶ୍ୱସ୍ତି, ପ୍ରମାଣ ଅଭାବରୁ ବନ୍ଦ ହେଲା ଏହି ସିଙ୍ଗର୍‌ଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ମାମଲା

ବଲିଉଡ୍‌ ସିଙ୍ଗର ତଥା ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ପୂର୍ବତନ ଜଜ୍‌ ଅନୁ ମଲ୍ଲିକଙ୍କ ବିରୋଧରେ ଲାଗିଥିବା ଯୌନ ଶୋଷଣ ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଏ ନେଇ କୌଣସି ସାକ୍ଷୀ ପ୍ରମାଣ ନ ମିଳିବାରୁ କେସ୍‌କୁ ବର୍ତ୍ତମାନ ଉଠାଇ ନିଆଯାଇଛି। ଏହି ମାମଲାର ତଦନ୍ତ ନ୍ୟାଶନାଲ୍‌ କମିଶନ ଫର୍‌ ଓମେନ୍‌(NCW) କରୁଥିଲା। କିନ୍ତୁ ପ୍ରମାଣ ଅଭାବରୁ ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି।

a2

ଏହି କାରଣରୁ ବନ୍ଦ ହେଲା କେସ୍‌

ଗଣମାଧ୍ୟମର ରିପୋର୍ଟ ମୁତାବକ, NCWର ଅଣ୍ଡର ସେକ୍ରେଟାରୀ ଭରନାଲି ଶୋମ୍‌ ୨୦୨୦ ଜାନୁୟାରୀ ୩ରେ ସୋନି ପିକ୍ଚର୍ସ ନେଟ୍‌ଓ୍ଵାର୍କ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଷ୍ଟାଣ୍ଡାର୍ଡସ୍‌ ଆଣ୍ଡ ଭେଟେନାରୀ ସର୍ଭିସେସ୍‌ର ହେଡ୍‌ ମାଧୁରୀ ମାଲହୋତ୍ରାଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ଶୋମ୍‌ ସୋନା ମହାପାତ୍ରଙ୍କ ଟୁଇଟ୍‌କୁ ମଧ୍ୟ ଉଲ୍ଲେଖ କରିଥିଲେ।

ଟୁଇଟ୍‌ ମୁତାବକ, ଅନେକ ମହିଳାଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ଆସିବା ପରେ ବି ଅନୁ ମଲ୍ଲିକଙ୍କୁ ଜାତୀୟ ଟେଲିଭିଜନରେ ପ୍ରସାରିତ ୟଙ୍ଗ୍‌ଷ୍ଟାର୍ସ ଶୋ’ର ଜଜ୍‌ କରାଯାଇଛି। ଚିଠିରେ ଆହୁରି ଲେଖାଯାଇଥିଲା ଯେ ‘ଏହି ମାମଲାରେ ୨୦୧୯ ଡିସେମ୍ବର ୬ ତାରିଖରେ ଆପଣଙ୍କ ଉତ୍ତର ଆୟୋଗକୁ ମିଳିସାରିଛି। ଅଭିଯୋଗକାରୀମାନଙ୍କ ତରଫରୁ ଯୋଗାଯୋଗ ଅଭାବ ଏବଂ ପଯ୍ୟର୍ାପ୍ତ ପ୍ରମାଣ ନ ମିଳିବାରୁ ଆୟୋଗ ଏହି କେସ୍‌କୁ ବନ୍ଦ କରିଦେଇଛି’।

a3

NCWର ଚେୟାରପର୍ସନ ରେଖା ଶର୍ମା କହିଥିଲେ, ‘ସେ ଅଭିଯୋଗକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଅଭିଯୋଗକାରୀ ଉତ୍ତର ରଖିଥିଲେ ଯେ ଏହି ସମୟରେ ସେ ଟ୍ରାଭେଲ କରୁଛନ୍ତି ଏବଂ ଫେରିବା ପରେ ତାଙ୍କୁ ଭେଟିବେ। ଆୟୋଗ ୪୫ ଦିନ ପଯ୍ୟର୍ନ୍ତ ତାଙ୍କୁ ଅପେକ୍ଷା କରିଥିଲା ଏବଂ ଡକ୍ୟୁମେଣ୍ଟ ମାଗିଥିଲା, ତଥାପି କୌଣସି ଉତ୍ତର ସେପଟୁ ଆସି ନ ଥିଲା। ସେହିପରି ଅଭିଯୋଗକାରୀ ଅନ୍ୟ ଯେଉଁ ମହିଳାଙ୍କ ବିଷୟରେ ଚିନ୍ତା କରିଥିଲେ, ସେମାନଙ୍କ ତରଫରୁ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା’।

a6

ସ୍ଥାୟୀ ଭାବେ ବନ୍ଦ ହୋଇନି କେସ୍‌

ରେଖା ଶର୍ମା କହିଛନ୍ତି, ‘ଅନୁ ମଲ୍ଲିକଙ୍କ କେସ୍‌ ସ୍ଥାୟୀ ଭାବେ ବନ୍ଦ ହୋଇନି। ଯଦି ଅଭିଯୋଗକାରୀ ପ୍ରମାଣ ଆଣିବେ, ତା’ହେଲେ କେସ୍‌କୁ ପୁଣିଥରେ ଖୋଲାଯାଇପାରେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.