ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ମୁକେଶର ଫାଶୀ ରାସ୍ତା ସଫା, ରାଜକ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ମୁକେଶ ପାଇଁ ଫାଶୀ ରାସ୍ତା ସଫା । ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଥିବା ସୂଚନା । କେନ୍ଦ୍ର ଗୃହ ମନ୍ତ୍ରାଳୟ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଗତକାଲି ପଠାଇଥିଲେ । ପୂର୍ବରୁ ନିର୍ଭୟାକାଣ୍ଡରେ ୪ଦୋଷୀଙ୍କ ବିରୋଧରେ ଗତ ୭ ତାରିଖରେ ଦିଲ୍ଲୀ ପଟିଆଲ ହାଉସ୍ କୋର୍ଟ ଡେଥ୍ ଓ୍ଵାରେଣ୍ଟ ଜାରି କରିଥିଲେ । ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବା ନେଇ ସମୟ ଧାର୍ଯ୍ୟ ହୋଇଥିଲେ ବି ଏଥିରୁ ମୁକୁଳିବା ପାଇଁ ମୁକେଶ ଓ ବିନୟ ଦୟା ଆବେଦନ ଓ ରାଜକ୍ଷମା ଆବେଦନର ସାହାରା ନେଇଛନ୍ତି ।

ଦିଲ୍ଲୀ ସରକାର ମୁକେଶଙ୍କ ଦୟା ଆବେଦନକୁ ଖାରଜ କରି ଉପରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ । ଏହି ସୁପାରିଶକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ । ପରେ ଏହା ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଛି । ଏହା ପୂର୍ବରୁ ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ନିର୍ଦ୍ଧାରିତ ତାରିଖରେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଦିଲ୍ଲୀ ସରକାର । ତେବେ ଏଭଳି ସମସ୍ତ ପ୍ରକ୍ରିୟା ନେଇ ହତାଶା ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା। ତାଙ୍କ ଗୁହାରୀ କେହି ଶୁଣନଥିବା ସେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.