ଲୋକଙ୍କ ମନକୁ ଆଘାତ ଦେଉଛି ‘ଭୋକରେ ମରୁଥିବା’ ଏହି ସିଂହମାନଙ୍କ ଫଟୋ, ଜୀବନ ବଞ୍ଚାଇବାକୁ କରୁଛନ୍ତି ଅପିଲ୍‌

ସିଂହ ଜଙ୍ଗଲର ରାଜା। ଏହା ଶକ୍ତିଶାଳୀ ହୋଇଥାଏ। କିନ୍ତୁ ଚିଡ଼ିଆଖାନାରେ ରହୁଥିବା ସିଂହମାନଙ୍କ ଅବସ୍ଥା ଦେଖିଲେ ଆପଣ ବି ଭାବୁକ ହୋଇଯିବେ। ହଁ, ସୁଡାନ୍‌ର ରାଜଧାନୀ ଖାର୍ତୁମରେ ଥିବା ଅଲ୍‌-କୁରେଶୀ ପାର୍କରୁ ସିଂହମାନଙ୍କର ଏଭଳି ଦୁଃଖଦାୟକ ଫଟୋ ଏବେ ସାମ୍ନାକୁ ଆସିଛି। ଏଠାରେ ୫ଟି ସିଂହ କୁପୋଷଣର ଶିକାର ହୋଇଛନ୍ତି। ଏମାନେ ଏତେ ଦୁର୍ବଳ ହୋଇପଡ଼ିଛନ୍ତି ଯେ ଶରୀର ହାଡ଼ ଦୂରରୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଫଟୋଗୁଡ଼ିକ ଭାଇରାଲ ହେବା ପରେ ଲୋକେ ଏହି ସିଂହମାନଙ୍କୁ ଅନ୍ୟ ଜାଗାକୁ ସ୍ଥାନାର କରିଦେବାକୁ ଦାବି କରିଛନ୍ତି।

ki8

ସାମାଜିକ କର୍ମୀ ଉସ୍‌ମାନ ସାହିଲ ଫେସ୍‌ବୁକରେ ଲେଖିଛନ୍ତି, ‘ଯେତେବେଳେ ମୁଁ ଏହି ସିଂହମାନଙ୍କୁ ପାର୍କରେ ଦେଖିଲି, ସେମାନଙ୍କ ହାଡ଼ଗୁଡ଼ିକ ବାହାରକୁ ବାହାରିଆସିଥିଲା। ମୁଁ ଦୟାବାନ୍‌ ମଣିଷ ଏବଂ ସଙ୍ଗଠନଗୁଡ଼ିକୁ ସେମାନଙ୍କ ଜୀବନ ବଞ୍ଚାଇବାକୁ ଅପିଲ୍‌ କରୁଛି’।

ଚିଡ଼ିଆଖାନା କତ୍ତୃପକ୍ଷଙ୍କ କହିବା ହେଲା, ଗତ ଗିଛି ସପ୍ତାହ ହେବ ସିଂହମାନଙ୍କ ଅବସ୍ଥା ବିଗିଡ଼ିଯାଇଛି। ଏମାନଙ୍କ ମଧ୍ୟରୁ କିଛିଜଣଙ୍କ ଓଜନ ମୂଳ ଓଜନଠାରୁ ଦୁଇ ଗୁଣା କମିଯାଇଛି। ଏଠାରେ ଖାଇବା ସବୁବେଳେ ଉପଲବ୍ଧ ରହୁନି। ଅନେକ ଥର ନିଜ ପକେଟ୍‌ରୁ ଏମାନଙ୍କ ପାଇଁ ଖାଦ୍ୟ କିଣିବାକୁ ପଡ଼ୁଛି।

ki2

କହି ରଖୁଛୁ କି, ବର୍ତ୍ତମାନ ଏହି ପାର୍କ ପ୍ରାଇଭେଟ୍‌ ଫଣ୍ଡିଂ ବା ଲୋକଙ୍କ ଦାନରୁ ଚାଲିଛି। ସେପଟେ ସୁଦାନର ଅର୍ଥବ୍ୟବସ୍ଥା ସଙ୍କଟ ସ୍ଥିତିରେ ଥିବାରୁ ଖାଦ୍ୟପେୟ ଜିନିଷର ଦାମ୍‌ ଆକାଶଛୁଅାଁ ହୋଇଯାଇଛି। ତେଣୁ ଚିଡ଼ିଆଖାନା ନିଜ ପଶୁପକ୍ଷୀମାନଙ୍କୁ ଲାଳନପାଳନ କରିବାରେ ସଂଘର୍ଷ କରୁଛି।

ରିପୋର୍ଟ ମୁତାବକ, ୧୯୯୩ରୁ ୨୦୧୪ ମଧ୍ୟରେ ସିଂହଙ୍କ ସଂଖ୍ୟାରେ ୪୩ ପ୍ରତିଶତ ହ୍ରାସ ଘଟିଛି। ଏବେ ପାଖାପାଖି ୨୦,୦୦୦ ସିଂହ ଅଛନ୍ତି। ଅନ୍ୟପକ୍ଷରେ ଚିଡ଼ିଆଖାନରୁ ସିଂହଙ୍କ ଫଟୋ ଭାଇରାଲ ହେବା ପରେ କିଛି ଲୋକ ସିଂହମାନଙ୍କୁ ଦେଖିବା ପାଇଁ ସେଠାରେ ପହଞ୍ଚିଥିଲେ। ୫ଟି ସିଂହ ମଧ୍ୟରୁ ଗୋଟିଏ ସିଂହକୁ ରଶିରେ ବାନ୍ଧି ଡ୍ରିପ୍‌ ଜରିଆରେ ଗ୍ଲୁକୋଜ୍‌ ଦିଆଯାଉଥିଲା, ଯେପରି ତାକୁ ଡିହାଇଡ୍ରେଶନ ନ ହେବ। ତେବେ ପାର୍କ କତ୍ତୃପକ୍ଷ କହିଥିଲେ, ଚିଡ଼ିଆଖାନାର ଖରାପ ଅବସ୍ଥାର ପ୍ରଭାବ ଏଠାରେ ରହୁଥିବା ପଶୁମାନଙ୍କ ଉପରେ ପଡ଼ିଛି।

Leave A Reply

Your email address will not be published.