ଅପରେସନ ବେଳେ ବୃଦ୍ଧାଙ୍କ ପେଟରେ ପାଇପ ଛାଡ଼ିଦେଲେ ଡାକ୍ତର! ସାଂଘାତିକ ଅଭିଯୋଗ ଆସିଛି କଟକର ଏକ ଘରୋଇ ଡାକ୍ତରଖାନା ବିରୋଧରେ

କଟକ(କେନ୍ୟୁଜ୍): ଘରୋଇ ଡାକ୍ତରଖାନା ବିରୋଧରେ ସାଂଘାତିକ ଅଭିଯୋଗ। ଅପରେସନ ବେଳେ ବୃଦ୍ଧାଙ୍କ ପେଟରେ ପାଇପ ଛାଡ଼ିଦେଲେ ଡାକ୍ତର। ଅବହେଳାର ଚରମ ସୀମା ଆସିଛି କଟକର ଏକ ଘରୋଇ ଡାକ୍ତରଖାନା ବିରୋଧରେ। ପେଟରେ ଯନ୍ତ୍ରଣା ହେବା ପରେ ଗତବର୍ଷ ଡିସେମ୍ବର ୨୭ତାରିଖରେ ମାହାଙ୍ଗା ବ୍ଲକ ଧାରୁଆ ଶାମସୁନ୍ଦରପୁର ଗାଁର ଖାଇରନ ବିବି କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅପରେସନ ହୋଇଥିଲା।

hospitaତେବେ ଘରକୁ ଫେରିବା ପରେ ତାଙ୍କର ଯନ୍ତ୍ରଣା କମିବା ପରିବର୍ତ୍ତେ ବଢିଥିଲା। ଏହା ପରେ ବୃଦ୍ଧା ଜଣକ ପୁଣି ସେ ଡାକ୍ତରଖାନାକୁ ଯିବା ପରେ ଅଧିକ ଅର୍ଥ ଦାବି କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରି ପେଟରୁ ପାଇପକୁ କଢାଯାଇଥିଲା। ଶେଷରେ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଅପରେସନ କରିଥିବା ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.