ଏଚଏମ୍ଡି ଗ୍ଲୋବାଲ କମ୍ପାନୀ ନିଜର ଦୁଇ ସ୍ମାର୍ଟଫୋନର ଦର ଭାରତରେ କମେଇ ଦେଇଛି । ବିଶ୍ୱର ଅନ୍ୟତମ ବ୍ରାଣ୍ଡେଡ କମ୍ପାନୀ ନୋକିଆ ନିଜ ନୋକିଆ ୬.୨ ଓ ନୋକିଆ ୭.୨ର ଦରକୁ ବଜାରରେ ହ୍ରାସ କରାଇଦେଇଛି । ଫଳରେ ନୋକିଆ ୬.୨ ଦର ୩୦୦୦ ଟଙ୍କା ହ୍ରାସ ଘଟି ୧୨,୪୯୯ ଟଙ୍କାରେ ପହଂଚିଥିବା ବେଳେ ନୋକିଆ ୬.୩ ଦର ୩,୫୦୦ ଟଙ୍କା ହ୍ରାସ ପାଇଛି । ଯେବେକି ନୋକିଆ ନୋକିଆ ୭.୨ର ଦର କମି ୧୫,୪୯୯ ଟଙ୍କା ହୋଇଯାଇଛି ।
ନୋକିଆ ୬.୨ର ସ୍ପେସିଫିକସନ:
ଗ୍ରାହକ ମାନଙ୍କୁ ଏହି ଫୋନରେ ଡୁଆଲ ନାନୋ ସିମ ଓ ଆଣ୍ଡ୍ରଏଡ଼ ୯ ପାଇର ସପୋର୍ଟ ମିଳିବ । ଏହାବାଦ ଗ୍ରାହକଙ୍କୁ ଏଥିରେ ୬.୩ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ମଧ୍ୟ ସୁବିଧା ମିଳିପାରିବ । ସ୍କ୍ରିନ ପ୍ରୋଟେକ୍ସନ ପାଇଁ ଗରିଲ୍ଲା ଗ୍ଲାସ ପ୍ରୋଟେକ୍ସନ ୩ ଦିଆଯାଇଛି । ଭଲ ପରଫରମନ୍ସ ପାଇଁ ଏଥିରେ ଆକ୍ଟ କଳକ୍ରମ ସ୍ନାପଡ୍ରାଗେନ କ୍ୟାମେରା ୬୩୬ ଏଓସି ସପୋର୍ଟ ମହଜୂତ ଅଛି ।
କ୍ୟାମେରା କଥା କହିଲେ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରାର ସେଟଅପର ସୁବିଧା ରହିବ । ଯେଉଁଥିରେ ୧୬ ମେଗାପିକଶାଲାର ପ୍ରାଇମେରୀ ସୁଟର, ୫ ମେଗାପିକଶାଲର ଡେ଼ପଥ ସେନ୍ସର ଓ ମେଗା ପିକଶଲର ୱାଇଣ୍ଡ ଏଙ୍ଗଲ ଲେନ୍ସ ମିଳିପାରିବ । ଯେବେକି ଗ୍ରାହକ ମାନେ ୮ ମେଗାପିକ୍ସଲ କ୍ୟାମେରାରେ ଶାନଦାର ସେଲ୍ଫି ଉଠାଇପାରିବେ । ଏଥିରେ ୟୁଜରଙ୍କୁ ବଳୁଟୁଥ ୫.୦, ୱାଇଫାଇ, ୪ଜି ଭଲଟି, ଜିପିଏସ ଓ ୟୁଏସବି ପୋର୍ଟ ଟାଇପ ପରି ଫିଚର୍ସ ମାନ ମଧ୍ୟ ମିଳିପାରିବ । ଏହା ସହ ୩,୫୦୦ ଏମଏଏଚର ବ୍ୟାଟେରୀ ସପୋର୍ଟ ମିଳିପାରିବ
ନୋକିଆ ୭.୨ର ସ୍ପେସିଫିକେସନ;
ଏହି ଫୋନରେ ୬.୩ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡ଼ିସ୍ପ୍ଲେ ମିଳିବା ସହ ଗରିଲା ଗ୍ଲାସ ୩ ପ୍ରୋଟେକ୍ସନ ମିଳିବ । ଫୋନରେ କଳକ୍ରମର ସ୍ନାପଡ୍ରାଗନର ୬୬୦ ପ୍ରୋସେସର ମିଳିପାରିବ । ଏଥିରେ ୩୫୦୦mAh ବ୍ୟାଟେରୀ ମିଳିବ । ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପର ସପୋର୍ଟ ମଧ୍ୟ ମିଳିବ ।