Below header

ପଡ଼ିଆରୁ ଆଉଟ୍‌ ହୋଇ ଫେରିବା ବେଳେ ଦର୍ଶକଙ୍କୁ ଅଭଦ୍ର ଭାଷାରେ ଗାଳି ଦେବା ପଡ଼ିଲା ମହଙ୍ଗା, ଏହି କ୍ରିକେଟରଙ୍କର ମ୍ୟାଚ୍‌ ଫିସ୍‌ରୁ କଟିଲା ୧୫ ପ୍ରତିଶତ!

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ଜଣେ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି। ସେ ହେଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ଏଥିପାଇଁ ତାଙ୍କ ମ୍ୟାଚ୍‌ ଫିସ୍‌ରୁ ୧୫ ପ୍ରତିଶତ କଟିଛି। ଏହାସହିତ ଦଣ୍ଡ ସ୍ୱରୂପ ଏକ ଡିମେରିଟ୍‌ ପଏଣ୍ଟ ଦିଆଯାଇଛି।

ben2

ଲଣ୍ଡର ଉପ-ଅଧିନାୟକ ଷ୍ଟୋକ୍ସ ମ୍ୟାଚ୍‌ ପ୍ରସାରଣ ସମୟରେ ଜଣେ ସପୋର୍ଟରଙ୍କୁ ଗାଳି ଦେଉଥିବା କ୍ୟାମେରାରେ କଏଦ ହୋଇଯାଇଥିଲା। ଷ୍ଟୋକ୍ସ ଯେତେବେଳେ ଆଉଟ୍‌ ହୋଇ ପଡ଼ିଆରୁ ଫେରୁଥିଲେ, ସେତେବେଳେ ଜଣେ ଦର୍ଶକ ତାଙ୍କ ବିରୋଧରେ ଅଭଦ୍ର ଭାଷା ବ୍ୟବହାର କରିଥିଲେ। ଏହା ଶୁଣି ଷ୍ଟୋକ୍ସ କହିଥିଲେ, ‘ଏହି କଥା ମୋତେ ପଡ଼ିଆ ବାହାରକୁ ଆସି କୁହ’। ଏହାପରେ ସେ ସେହି ଦର୍ଶକଙ୍କୁ ଗାଳିଗୁଲଜ କରିଥିଲେ।

ben2

 

ଷ୍ଟୋକ୍ସ ମ୍ୟାଚ୍‌ ରେଫରୀ ଆଣ୍ଡି ପାଏକ୍ରୋଫ୍ଟଙ୍କ ଦ୍ୱାରା ଲେଭଲ୍‌ ଓ୍ଵାନ୍‌ ଅପରାଧ ପାଇଁ ଦୋଷୀ ଭାବେ ପ୍ରମାଣିତ ହୋଇଛନ୍ତି। ତେବେ ଷ୍ଟୋକ୍ସ ନିଜ ଅପରାଧ ସ୍ୱୀକାର କରିନେଇଥିବା ବେଳେ ଏଥିପାଇଁ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି। ତେଣୁ ପୂରା ଶୁଣାଣିର କୌଣସି ଆବଶ୍ୟକତା ନାହିଁ।

ben8

କହି ରଖୁଛୁ, ଏଥିପୂର୍ବରୁ ଷ୍ଟୋକ୍ସଙ୍କ ପାଖରେ କୌଣସି ଡିମେରିଟ୍‌ ପଏଣ୍ଟ ନ ଥିଲା। ୨୪ ମାସ ଭିତରେ ୪ କିମ୍ବା ଏହାଠାରୁ ଅଧିକ ଡିମେରିଟ୍‌ ପଏଣ୍ଟ ହେଲେ ଖେଳାଳି ସ୍ୱତଃପ୍ରବୃତ୍ତ ଭାବେ ସସ୍‌ପେଣ୍ଡ ହୋଇଯାଆନ୍ତି। ତେବେ ଜରିମାନା ରୂପେ ଷ୍ଟୋକ୍ସଙ୍କୁ ୨୨୫୦ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପାଖାପାଖି ୨ ଲକ୍ଷ ୧୦ ହଜାର ଟଙ୍କା ଭରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.