ଫିଲ୍ମ ଦ ଲାୟନ କିଙ୍ଗ୍ ରେ ବେବି ସିମ୍ବାର ସେହି ସିନ୍ ଆପଣଙ୍କୁ ମନେ ଅଛି। ଯେତେବେଳେ ରଫିକି ନାମକ ମାଙ୍କଡ ସିମ୍ବାକୁ ନିଜ ମା କୋଳରୁ ଆଣି ଜଙ୍ଗଲରେ ସବୁ ପଶୁଙ୍କୁ ନିଜ ଶାବକର ପରିଚୟ ଦେଇଥିଲା ଠିକ୍ ସେମିତି ହିଁ ଏକ ଦ୍ରୁଷ୍ୟ ସାଉଥ ଆଫ୍ରିକିରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଙ୍କଡ ସିଂହ ଛୁଆକୁ କୋଳରେ ନେଇ ଗଛକୁ ଚଢ଼ିଗଲା। ଏହି ଭିଡିଓ ୟୁଟ୍ୟୁବରେ ଧମାଲ ମଚାଉଛି ଏବଂ ଏହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।
ଏହି ବିରଳ ଦ୍ରୁଶ୍ୟକୁ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ରେକର୍ଡ କରିଥିଲେ। ସେ ବ୍ୟକ୍ତି ଜଣେ ଫଟୋଗ୍ରାଫର ଏହି ପରି ସବୁ ବିରଳ ଦ୍ରୁଷ୍ୟକୁ ସେ ନିଜ କ୍ୟାମେରାରେ ରେକର୍ଡ କରନ୍ତି। ସେ ଭିଡିଓକୁ ରେକର୍ଡ କରି କହିଛନ୍ତି ଗୋଟେ ମାଙ୍କଡ ଗଛ ଉପରେ ଥିଲା ଏବଂ ତା ହାତରେ କିଛି ଜିନିଷ ଥିଲା। ମୋତେ ଲାଗିଲା ଯେ ସେ ଆମ୍ବ ଗଛରେ ବସିଛି ଆମ୍ବ ଧରିଥିବ କିନ୍ତୁ ମୁଁ ଯେତେବେଳେ ଭଲ ଭାବରେ ଦେଖିଲି ମୋତେ ଦେଖାଗଲା ଯେ ତା ହାତରେ ଗୋଟେ ସିଂହ ଛୁଆ ଥିଲା।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆପଣ ବି ଦେଖନ୍ତୁ।