ନିର୍ଭୟା ମାମଲା : ଜେଜେ ମା, ଭଉଣୀଙ୍କୁ ଦେଖିବା ପରେ ନିଜର କୋହକୁ ସମ୍ଭାଳିପାରିଲେନି ପଓ୍ଵନ

ନିର୍ଭୟା ଦୋଷୀଙ୍କୁ ୧ ଫେବୃଆରୀରେ ହେବାକୁ ଥିବା ଫାଶୀ ଆଗାମୀ ଆଦେଶ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କିନ୍ତୁ ସେମାନଙ୍କ ମନରେ ଏପର୍ଯ୍ୟନ୍ତ ମଧ୍ୟ ଭୟ ରହିଛି। ନିର୍ଭୟା ଦୋଷୀଙ୍କ ସବୁ ପିଟିସନ ଖାରଜ ହେବା ସହ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତି ମଧ୍ୟ ଯାଚିକା ଖାରଜ କରିଦେଇଛନ୍ତି। ସବୁ ଦୋଷୀଙ୍କୁ ଖୁବଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଛଡା ଆଇନ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

nirvaya

ଏମାନଙ୍କ ମଧ୍ୟରେ ଥିବା ଜଣେ ଅଭିଯୁକ୍ତ ପଓ୍ଵନ ଗୁପ୍ତା ବସ୍ତି ଜିଲ୍ଲାର ଜଗନ୍ନାଥପୁର ନିବାସୀ ଅଟନ୍ତି। ଫାଶୀ ନିର୍ଦ୍ଦେଶ ଜାରି ହେବା ପରେ ନିର୍ଭୟା ଦୋଷୀ ପଓ୍ଵନ ଗୁପ୍ତାକୁ ଦେଖାକରିବା ପାଇଁ ତାଙ୍କ ଜେଜେ ମା, ଭଉଣୀ ଏବଂ ବାପା ଆସିଥିଲେ। ଏହି ତିନି ଜଣଙ୍କୁ ଦେଖି ପଓ୍ଵନ ନିଜ ମନର କୋହକୁ ସମ୍ଭାଳି ପାରିନଥିଲେ। ସେମାନଙ୍କୁ ଦେଖି ପଓ୍ଵନ ବହୁତ ଜୋରରେ କାନ୍ଦିବାକୁ ଲାଗିଥିଲେ। ମାତ୍ର ଅଧଘଣ୍ଟା ପାଇଁ ସାକ୍ଷାତ କରିବାକୁ ଆସିଥିବା ଜେଜେ ମା ନିଜ ନାତିକୁ ଦେଖି ମଧ୍ୟ ଭାବବିହ୍ଵଳ ହୋଇପଡିଥିଲେ। ଏହା ପୂର୍ବରୁ ମୁକେଶଙ୍କ ମା ଏବଂ ବିନୟଙ୍କ ପିତା ଜେଲକୁ ସେମାନଙ୍କୁ ଦେଖା କରିବାକୁ ଆସିଥିଲେ। ପଓ୍ଵନଙ୍କ ପରିବାର ଲୋକେ ଏବେ ଦିଲ୍ଲୀର ଆରକେପୁରମ ରବିଦାସ କ୍ୟାମ୍ପରେ ରହୁଛନ୍ତି, କିନ୍ତୁ ବସ୍ତିର ସମସ୍ତ ଲୋକ ଫାଶୀ କଥା ଶୁଣି ନୀରବି ଯାଇଛନ୍ତି। ପଓ୍ଵନଙ୍କ ପିତା ତାଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.