ବାର୍ଡ ଫ୍ଲୁ ଆତଙ୍କ: ସୁନ୍ଦରଗଡ଼ କୋଇଡା ବ୍ଲକର ବିଭିନ୍ନ ସ୍ଥାନରେ କାଉ ଓ କୁକୁଡା ମଡକ, ରକ୍ତ ନମୁନା ସଂଗ୍ରହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିଭିନ୍ନ ସ୍ଥାନରେ କାଉ ଓ କୁକୁଡା ମଡକ । ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବାବେଳେ ଏହାକୁ ନେଇ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି କୋଇଡାବାସୀ। ଏ ସମ୍ପର୍କରେ ଖବର ପାଇ କୋଇଡା ପ୍ରାଣୀ ଚିକିତ୍ସାଳୟର ୨ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ପକ୍ଷୀ ମଡକର ପୋଷ୍ଟମୋର୍ଟମ କରିଥିଲେ । ପରେ କୋଇଡା ମୁଖ୍ୟ ବଜାରରେ ଥିବା ସବୁଠୁ ପୁରୁଣା କୁକୁଡା ଦୋକାନରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏହାକୁ ପରୀକ୍ଷା ପାଇଁ କଟକ ପ୍ରାଣୀ ଚିକିତ୍ସା ପାଥୋଲାବକୁ ପଠାଯାଇଛି । ରକ୍ତ ନମୁନା ଆସିବା ପରେ ପକ୍ଷୀ ମଡକର ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରାଣୀ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.