ପୁଲ୍‌ ପାଖରେ ପ୍ଲାଙ୍କ୍‌ ଓ୍ଵାର୍କଆଉଟ୍‌ କରୁଥିଲେ କେଭିନ୍‌ ପିଟରସନ, ଏମିତି ଢଙ୍ଗରେ ଚିଡ଼ାଇଲେ କୁମାର ସାଙ୍ଗକାରା

ଇଂଲଣ୍ଡର ପୂର୍ବତନ କ୍ୟାପ୍‌ଟେନ କେଭିନ୍‌ ପିଟରସନ ରବିବାର ଟୁଇଟରରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପୁଲ୍‌ କୂଳରେ ପ୍ଲାଙ୍କ୍‌ ଓ୍ଵାର୍କଆଉଟ୍‌ କରୁଥିବାର ନଜର ଆସୁଛନ୍ତି। ଫଟୋ ସହିତ ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘No rest days!’ ତେବେ ଏହାକୁ ନେଇ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗକାରା ପିଟରସନଙ୍କୁ ଚିଡ଼ାଇଛନ୍ତି।

ପିଟରସନଙ୍କ ପୋଷ୍ଟ ଉପରେ ସାଙ୍ଗକାରା ଲେଖିଛନ୍ତି ଯେ ‘ଏଥିରେ ଆପଣଙ୍କ ବିନା ଏକ ସୁନ୍ଦର ଫଟୋ ହେବ’। ତେବେ ପୂର୍ବରୁ ମଧ୍ୟ ସାଙ୍ଗକାରା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅନେକ ଖେଳାଳିଙ୍କ ସହ ମଜାକ୍‌ ଉଡ଼ାଇଥିବା ଦେଖାଯାଇଥିଲା। ସେ ଜାନୁୟାରୀ ମାସରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସଙ୍କୁ ମଧ୍ୟ ଟୁଇଟରରେ ମଜାଳିଆ ଢଙ୍ଗରେ କେତେକ କମେଣ୍ଟ୍‌ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.