ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ବୋଲେରୋ ସହ ଗଞ୍ଜେଇ ଜବତ। ଗାଡ଼ି ସହ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ବୋଲେରୋକୁ ପୋଲିସ ପିଛା କରିବା ପରେ ବଲାଙ୍ଗିର ଟାଉନରେ ଗାଡିକୁ ଛାଡି ଗଂଜେଇ ବେପାରୀ ଓ ଡ୍ରାଇଭର ଫେରାର ହୋଇଯାଇଥିଲେ। ବଲାଙ୍ଗିର ଆଠଗାଁ ରାସ୍ତାରେ ପୋଲିସ ପିଛା କରିଥିଲା। ଏହି ଗଂଜେଇ ବୌଦ୍ଧ ଜିଲ୍ଲାରୁ ଆସୁଥିବା ଅନୁମାନ କରାଯାଉଛି। ତେବେ କେଉଁଠିକି ଚୋରା ଚାଲାଣ ହେଉଥିଲା ଏବଂ କିଏ ଚୋରା ଚାଲାଣ କରୁଥିଲା, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ।