ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
ସରକାରୀ ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ଡାକବିଭାଗ ନେଇ ଆସିଛି ଚାକିରିର ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦ ପାଇଁ ଆବେଦନ ଚାହୁଁଛି। ଏହି ନିଯୁକ୍ତି କେବଳ ପଶ୍ଚିମବଙ୍ଗ ରିଜନର ଛାତ୍ରଛାତ୍ରୀଙ୍କ ପାଇଁ। ପଶ୍ଚିମବଙ୍ଗ ରିଜନରେ ଜିଡିଏସ୍ର ୨୧୨୧ଟି ପଦରେ ଭର୍ତ୍ତି ହେବ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆବେଦନର ଶେଷ ତାରିଖ ରହିଛି ୧୮ ମାର୍ଚ୍ଚ ୨୦୨୦। ଯଦି ଆପଣ ମଧ୍ୟ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ…
ପଦ ନାମ:
ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଓ ଡାକ ସେବକ
ମୋଟ ପଦ ସଂଖ୍ୟା:
୨୦୨୧ ପଦ
ଯୋଗ୍ୟତା:
୧୦ମ ପାସ୍ ଓ ଆଞ୍ଚଳିକ ଭାଷାରେ ଜ୍ଞାନ ଥିବା ଜରୁରୀ
ବୟସ ସୀମା:
ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବୋଚ୍ଚ ବୟସ ୪୦ବର୍ଷ ହୋଇଥିବା ଆବଶ୍ୟକ। ଏସ୍ସି/ ଏସ୍ଟି ପିଲାଙ୍କ ବୟସକୁ ୫ ବର୍ଷ ଓ ଓବିସି ପିଲାଙ୍କ ବୟସକୁ ୩ ବର୍ଷ ଯାଏଁ ଛାଡ଼ କରାଯାଇଛି।
ଏହି ଆଧାରରେ ହେବ ଚୟନ:
ଆଶାୟୀ ପ୍ରାର୍ଥୀଙ୍କ ଚୟନ ୧୦ମ ମାର୍କ ଆଧାରରେ କରାଯିବ।
ଏମିତି କରନ୍ତୁ ଆବେଦନ:
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ www.appost.in ଯାଇ ଆବେଦନ କରିପାରିବେ।