ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଏହି ସବୁ ନିୟମ ପାଳନ କଲେ, ଦୂର ହେବ ସମସ୍ତ ପ୍ରକାର ସମସ୍ୟା
ବଦଳୁଥିବା ଲାଇଫ ଷ୍ଟାଇଲ ଓ ଦିନକୁ ଦିନ ବଢୁଥିବା ଷ୍ଟ୍ରେସ କାରଣରୁ ଏବେକା ସମୟରେ ଅଧିକାଂଶ ଲୋକ ଚାପ ଗ୍ରସ୍ତ ରହୁଛନ୍ତି । ଏସବୁ ବାଦ ଗ୍ରହ ମାନଙ୍କର ପ୍ରଭାବ ବି ଦୈନନ୍ଦିନ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଗୁଡିକ ବିଷୟରେ କହିବାକୁ ଯାହାକୁ ଉପଯୋଗ କରି ଆପଣ ନିଜକୁ ତଥା ନିଜ ପରିବାରକୁ ସହଜରେ ଚାପମୁକ୍ତ ରଖିପାରିବେ । ତେବେ ଆସନ୍ତୁ ଜାଣିବା ସେବିଷୟରେ :
ବୈବାହିକ ଜୀବନରେ ଅଶାନ୍ତି ଲାଗି ରହୁଥିଲେ;
– ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ମାନଙ୍କ ବୃହସ୍ପତି ଦୁର୍ବଳ ସ୍ଥିତିରେ ଥାନ୍ତି । ସେମାନଙ୍କ ବୈବାହିକ ଜୀବନ କଷ୍ଟ ଭରା ହୋଇଥାଏ । ଯଦି ଚନ୍ଦ୍ରମାଙ୍କ ସହିତ ଶୁକ୍ର ପ୍ରଭାବିତ ଥାନ୍ତି ତେବେ ପୁରୁଷଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପଡିଥାଏ । ସୋମବାର ଦିନ ମହାଦେବ ଶିବଙ୍କୁ ଇତ୍ର ଅର୍ପଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ସହ ଶିବ ଲିଙ୍ଗ ଉପରେ ଜଳ ମଧ୍ୟ ଢ଼ାଳିବା ଉଚିତ ।
– ଶୁକ୍ରବାର ଦିନ ଖଟା ଜାତୀୟ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ଉଚିତ ।
ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ:
-ଆଜିର ସମୟରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ବ୍ୟସ୍ତ ରହୁଛନ୍ତି । ଯଦି ଆପଣ ବି ସମାନ ସମସ୍ୟାର ସମ୍ମୁଖୀନ ତେବେ ସୋମବାର ଦିନ ନିଜ ହାତରେ ଖିରି ପ୍ରସ୍ତୁତ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ପରେ ଏହି ଖିରି ପ୍ରସାଦ ଆକାରରେ ନିଜେ ଖାଆନ୍ତୁ ।
– ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ଚାକିରୀ ଜନିତ ସମସ୍ୟା ଥିଲେ:
-ଯଦି ଆପଣ ନିଜ କାର୍ଯ୍ୟାଳୟରେ କୌଣସି ପ୍ରକାର ଅସୁବିଧାର ସାମ୍ନା କରୁଥାନ୍ତି ତେବେ ଶନିବାର ପାଣିରେ କଞ୍ଚା କ୍ଷୀର ମିଶାଇ ମହାଦେବଙ୍କୁ ସମର୍ପଣ କରନ୍ତୁ । ଏହା ସହ ଅଶ୍ବସ୍ତ ଗଛ ତଳେ ସୋରିଷ ତେଲର ଏକ ଦୀପ ଜଳାନ୍ତୁ । ସମ୍ଭଵ ହେଲେ କୌଣସି ଗରିବ ପିଲାକୁ ବସ୍ତ୍ର ଦାନ କରନ୍ତୁ ବା ଭୋଜନ କରାନ୍ତୁ ।
ସନ୍ତାନଙ୍କ ପାଇଁ ଚିନ୍ତିତ ଥିଲେ:
ମା -ବାପା ମାନେ ସାଧାରଣତଃ ସନ୍ତାନ ମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରୁହନ୍ତି । ଏସମସ୍ୟରୁ ମୁକୁଳିବା ପାଇଁ ସୋମବାର ଶିବଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ । ଦେଖିବେ କିଛି ଦିନ ଭିତରେ ଅବସ୍ଥା ସୁଧୁରି ଯିବ ।