Below header

ଏସିଆନ୍‌ କୁସ୍ତି ଚାମ୍ପିୟନ୍‌ସିପ୍‌: ରବି କୁମାର ଦହିୟା ଜିତିଲେ ସ୍ୱର୍ଣ୍ଣପଦକ, ବଜରଙ୍ଗ ପୁନିଆଙ୍କୁ ରୌପ୍ୟ

ଏସିଆନ୍‌ କୁସ୍ତି ଚାମ୍ପିୟନ୍‌ ସିପ୍‌ରେ ଶନିବାର ଭାରତୀୟ ପୁରୁଷ ପହଲିମାନ ଦେଶକୁ ଦୁଇ ଦୁଇଟି ପଦକ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା ପ୍ରତିଯୋଗିତାରେ ରବି କୁମାର ଦହିୟା ଖୁବ୍‌ ସୁନ୍ଦର ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅନ୍ୟପଟେ ବଜରଙ୍ଗ ପୁନିଆଙ୍କ ହାତରୁ ଅଳ୍ପକେ ସ୍ୱର୍ଣ୍ଣପଦକ ଖସିଯାଇଛି। ଫାଇନାଲରେ ସେ ଜାପାନୀ ପହଲିମାନ ତାକୁତୋ ଓଟୋଗୁରୋଙ୍କ ଠାରୁ ହାରି ରୋପ୍ୟପଦକ ହାସଲ କରିଛନ୍ତି।

ravi dahiya

ରବି ଦହିୟା ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ଏକତରଫା ଅନ୍ଦାଜରେ ବିଜୟ ଲାଭ କରିଛନ୍ତି। ଫାଇନାଲରେ ଦହିୟା ତାଜାକିସ୍ତାନର ହିକାମାତୁଲୋ ବୋହିଦୋବଙ୍କୁ ୧୦-୧୦ରେ ଧୂଳି ଚଟାଇଥିଲେ। ଅନ୍ୟପଟେ ବଜରଙ୍ଗ ପୁନିଆଙ୍କ ପାଇଁ ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ନିରାଶଜନକ ଥିଲା। ସେ ପୂର୍ବ ଓ୍ଵାର୍ଲ୍ଡ ଚାମ୍ପିୟନ୍‌ ତାକୁତୋ ଓଟୋଗୁରୋଙ୍କ ଠାରୁ ୨-୧୦ରେ ମୁକାବିଲା ହାରିଯାଇଥିଲେ। ଏହି ପରି ଭାବେ ଦୁଇ ଦୁଇ ଜଣ ଯୋଦ୍ଧା ଭାରତ ପାଇଁ ଦୁଇଟି ଲେଖାଏଁ ପଦକ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.