କାମ କରିବାକୁ ଯାଇ ସୁରତରେ ହଜିଗଲା ଭେଣ୍ଡିଆ ପୁଅ, ସୋସିଆଲ ମଡିଆ ମାଧ୍ୟମରେ ୧୦ ବର୍ଷ ପରେ ପାରଦ୍ବୀପ ଫେରିପାଇଲେ ବାପା

ପାରାଦ୍ବୀପ(କେନ୍ୟୁଜ୍): ଦୀର୍ଘ ୧୦ ବର୍ଷ ପରେ ନିଖୋଜ ପୁଅକୁ ଫେରି ପାଇଲେ ବାପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦୀପରେ। ଯେଉଁଠି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମେଛପୁର ଗାଁର ଜୟ ସ୍ୱାଇଁ, ନିଜ ପୁଅ ସୁଦର୍ଶନ ସ୍ୱାଇଁଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି । କାମ କରିବାକୁ ଯାଇ ୧୦ ବର୍ଷ ତଳେ ସୁରତରୁ ନିଖୋଜ ହୋଇଯାଇଥିଲେ ସୁଦର୍ଶନ। ତେବେ ହଠାତ୍‌ ସୋସିଆଲ ମିଡିଆରେ ହଳଧର ପାଇକରାୟ ନାମକ ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପାରାଦୀପରେ ସେବା କରୁଥିବାର ଦୃଶ୍ୟ ଦେଖି ଜୟ କାଳ ବିଳମ୍ବ ନକରି ଚାଲିଆସିଥିଲେ ପୁଅକୁ ଖୋଜିବା ପାଇଁ। ଆଉ ପୁଅକୁ ଖୋଜି ବାହାର କରିବା ପରେ, ପାରାଦୀପ ଆଦର୍ଶ ଥାନାକୁ ଯାଇ ତାଙ୍କର ନିଶ ଦାଢି କାଟିବା ସହ ଗାଧୋଇ ପାଧୋଇ ଖାଇବାକୁ ଦେବାସହ ତାଙ୍କୁ ନୂଆ ପୋଷାକ ପିନ୍ଧାଇ ଘରକୁ ନେଇଥିଲେ । ଏହାକୁ ନେଇ ସେଠାରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।