ବୃଦ୍ଧଙ୍କ ମୃତ୍ୟୁ ପରେ ଗାଁ ମୁଖିଆ ମୃତ୍ୟୁ ପ୍ରମାଣ ପତ୍ରରେ ଲେଖିଦେଲେ ଏମିତି କଥା, ପରଦିନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସର୍ବସମ୍ମୁଖରେ ମାଗିଲେ କ୍ଷମା

ଉତ୍ତର ପ୍ରଦେଶର ଉନ୍ନାଓରେ ଏମିତି ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଆଶ୍ଚଯ୍ୟର୍ କରିଦେବ। ଗାଁର ମୁଖିଆ ଜଣେ ମୃତ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଜାରି କରି ସେଥିରେ ବିବାଦୀୟ କଥା ଲେଖି ଦେଇଛନ୍ତି, ଯାହାକୁ ନେଇ ପଛରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ମୃତ୍ୟୁ ପ୍ରମାଣ ପତ୍ରରେ ସେ ଲେଖିଛନ୍ତି ଯେ ‘ମୁଁ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି’।

ଘଟଣାଟି ଘଟିଥିଲା ଅରୋହା ବ୍ଲକର ସିରବରିଆ ଗାଁରେ। ଏଠାରେ ଗତ ଜାନୁୟାରୀ ୨୨ରେ ଲକ୍ଷ୍ମୀ ଶଙ୍କର ନାମକ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେ ଲମ୍ବା ସମୟ ଧରି ଅସୁସ୍ଥ ଥିଲେ। ଏହାପରେ ତାଙ୍କ ପୁଅ ଗ୍ରାମ ପ୍ରଧାନ ବାବୁଲାଲ୍‌ଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ ମୃତ୍ୟୁ ପ୍ରମାଣପତ୍ର ଜାରି କରିବାକୁ ଅନୁରୋଧ କରିଥିଲେ।

d2

କିନ୍ତୁ ଗ୍ରାମ ପ୍ରଧାନ କିଛି ଲାଞ୍ଚ ଚାହିଁଥିଲେ। ଲାଞ୍ଚ ନେବା ପରେ ସେ ମୃତ୍ୟୁ ପ୍ରମାଣ ପତ୍ର ଜାରି କରିଥିଲେ। କିନ୍ତୁ ଆଶ୍ଚଯ୍ୟର୍ର କଥା, ସେ ଉକ୍ତ ଦସ୍ତାବିଜ୍‌ ଉପରେ ମୃତକଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଥିବା ଲେଖିଦେଇଥିଲେ। ଅନ୍ୟପକ୍ଷରେ ସେହି ବିବାଦୀୟ ମୃତ୍ୟୁ ପ୍ରମାଣ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହାପରେ ଗ୍ରାମ ପ୍ରଧାନ ନିଜ ତ୍ରୁଟି ପାଇଁ କ୍ଷମା ମାଗିଥିଲେ ଏବଂ ନୂଆ ମୃତ୍ୟୁ ପ୍ରମାଣ ପତ୍ର ଜାରି କରିଥିଲେ।

Leave A Reply

Your email address will not be published.