ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’, ଆଗାମୀ ୫ ବର୍ଷରେ ୫୦ ଲକ୍ଷ ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ

ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେଶନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି। ଏହାର ନାମ ‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’ରଖାଯାଇଛି। ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍‌କୁ ମିଶାଇ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି। ଏହା ରେଳଯାତ୍ରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ।

resturant

କେନ୍ଦ୍ରୀମନ୍ତ୍ରୀ ବାବୁଲ ସୁପ୍ରିୟୋ ଏହାର ଉଦ୍‌ଘାଟନ କରିଛନ୍ତି। ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ରେଷ୍ଟୁରାଣ୍ଟରେ ରୋଲ୍‌ଠାରୁ ଆରମ୍ଭ କରି ଆମିଷ ଏବଂ ନିରାମିଷର ଖାଦ୍ୟ ମିଳିବ। ପ୍ରଥମ କୋଚ୍‌ରେ ଚା’ ଏବଂ ସ୍ନାକ୍ସ ରହିଥିବା ବେଳେ ଦ୍ୱିତୀୟଟିରେ ଲଞ୍ଚ ଏବଂ ଡିନର ବ୍ୟବସ୍ଥା ରହିଛି। ପୂରା ରେଷ୍ଟୁରାଣ୍ଟକୁ ଏୟାରକଣ୍ଡିଶନ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୫୦ ଲକ୍ଷ ଟଙ୍କା ଏହି ରେଷ୍ଟୁରାଣ୍ଟରୁ ରୋଜଗାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

restu

ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏହା ଭିତରକୁ ଖୁବ୍‌ ସୁନ୍ଦର ଭାବରେ ତିଆରି କରାଯାଇଛି। କୋଚ୍‌ର କାନ୍ଥକୁ ପେଣ୍ଟିଂ କରାଯିବା ସହ ପୁରୁଣା ସାମଗ୍ରୀରେ ସଜା ଯାଇଛି। ପ୍ରତି ଟେବୁଲରେ ଲାଇଟ୍‌ ଲଗାଯାଇଛି। ଯାହା ଲକ୍‌ଜରୀ ଲୁକ୍‌ ଦେବ। ଲୋକେ ଆରାମରେ ବସି ଖାଦ୍ୟର ମଜା ନେବେ।

Leave A Reply

Your email address will not be published.