ବିଶ୍ୱ ବଜାରରେ କରୋନା ଆଟାକ୍‌, ଏକ ହଜାରରୁ ଅଧିକ ଖସିଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍‌ସେକ୍ସ

କରୋନା ପ୍ରଭାବରେ ପୁରା ବିଶ୍ୱ ବଜାର ପ୍ରଭାବିତ । ଆଜି ଚୀନ୍‌, ଜାପାନ, ଦକ୍ଷିଣ କୋରିୟା ସମେତ ଅନେକ ଏସିଆ ଦେଶ ଗୁଡ଼ିକର ସେୟାର ମାର୍କେଟ୍‌ରେ ସଙ୍କଟ ସୃଷ୍ଟି ହୋଇଛି । ଭାରତୀୟ ସେୟାର ବଜାର ମଧ୍ୟ ପ୍ରବଳ କ୍ଷତି ସହିଛି । ଗୋଟିଏ ଦିନରେ ସେନ୍‌ସେକ୍ସ ୧୪ ଶହ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ବା ସେନ୍‌ସେକ୍ସ ଅପରାହ୍ମ ୩ଟା ସୁଦ୍ଧା ୩୮ ହଜାର ୨୪୪ ଅଙ୍କରେ କାରବାର କରୁଛି । ସେହିଭଳି ନେସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ସାଢେ ୩ ପ୍ରତିଶତ ଖସି ୧୧ ହଜାର ୨ଶହରେ କାରବାର କରୁଛି । ୨୦୦୮ ପରେ ସେୟାର ବଜାରରେ ଏହା ସବୁଠୁ ବଡ଼ ହ୍ରାସ ବୋଲି କୁହାଯାଉଛି । ସେପଟେ ସୁନା ବଜାରକୁ ମଧ୍ୟ ଆଟାକ କରିଛି କରୋନା । କିଛି ଦିନ ହେବ ଲଗାତାର ଭାବେ ହ୍ରାସ ପାଇଛି ସୁନା ମୂଲ୍ୟ। ଦେଶର ବିଭିନ୍ନ ଶିଳ୍ପପତିଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଅଧକ୍ଷ ମୁକେଶ ଅମ୍ବାନୀଙ୍କ ୫ ବିଲିଅନ ଡଲାର କ୍ଷତି ଘଟାଇଛି କରୋନା। କେବଳ ଫେବ୍ରୁଆରି ୧୩ରୁ ଫେବ୍ରୁଆରି ୨୭ ମଧ୍ୟରେ ୫୩ ହଜାର ୭୦୬.୪୦ କୋଟି ଟଙ୍କା ଲସ୍‌ ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ ମଧ୍ୟ ବ୍ୟାପୁଥିବା କରୋନା ଭାଇରସ ଯୋଗୁ କାରବାରରେ କ୍ଷତି ସହିଛନ୍ତି। ଆଦିତ୍ୟ ବିର୍ଲା ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କ କ୍ଷତି ଘଟିଛି ୮୮୪ ବିଲିଅନ ଡଲାର। କ୍ଷତି ତାଲିକାରେ ଯୋଡ଼ି ସାମିଲ ହୋଇଛନ୍ତି ଶିଳ୍ପପତି ଆଦାନୀ। ୪୯୬ ନିୟୁତ ଡଲାରର କ୍ଷତି କରୋନା ପାଇଁ ସହିବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.