Below header

ବିଗବସ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ପ୍ରଖ୍ୟାତ ଗାୟକ ଅନୁପ ଜାଲୋଟା ଦେଲେ ଏପରି ମତ

ବିଗବସ -୧୩ର ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଲା ଲଗାତାର ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦେଶର ପ୍ରତି କୋଣ ଅନୁକୋଣରେ ଯେମିତି କେବଳ ତାଙ୍କରି ହିଁ ଚର୍ଚ୍ଚା ଚାଲିଛି । ସିଦ୍ଧାର୍ଥଙ୍କ ଏହି ସଫଳତା ଭିତରେ କିନ୍ତୁ ବିଗ ବସ -୧୨ ସିଜିନର ପ୍ରତିଯୋଗୀ ଅନୁପ ଯାଲୋଟା କିନ୍ତୁ ଏମିତି ଏକ ମତ ଦେଇଛନ୍ତି ଯାହାକୁ ଶୁଣି ଆପଣ ବି ଚକିତ ହୋଇଯିବେ । ଏହି ନିକଟରେ ହିଁ ସିଦ୍ଧାର୍ଥଙ୍କୁ ନେଇ ଯେବେ ଅନୁପଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେ ଏହାର ଉତ୍ତର ଏକ ଅଜବ ଶୈଳୀରେ ଦେଇଥିଲେ । ଏକ ଖବର ସଂସ୍ଥା ତରଫରୁ ସିଦ୍ଧାର୍ଥଙ୍କ ଉପରେ ଅନୁପଙ୍କୁ ପ୍ରଶ୍ନ ପଚରା ଯିବାରୁ ସେ ଉତ୍ତରରେ କହିଥିଲେ କି, ସିଦ୍ଧାର୍ଥ ଶୁକ୍ଲା କିଏ ସେ ଜାଣି ନାହାନ୍ତି ।

sirdhart

ସିଦ୍ଧାର୍ଥ କେମିତି ଦେଖାଯାନ୍ତି ତାହା ବି ସେ ଜାଣି ନାହାନ୍ତି । ଯଦି କେବେ ତାଙ୍କ ସାମ୍ନାକୁ ସିଦ୍ଧାର୍ଥ ଆସନ୍ତି ତେବେ ବି ସେ ତାଙ୍କୁ ହୁଏତ ଚିନ୍ହି ପାରିବେନି । ନିଜ ବିଗ -ବସ ରହଣିର ଅନୁଭୂତିରେ ଅନୁପ କହିଛନ୍ତି କି ବିଗ ବସ ଘରେ ୨ ମାସର ସମୟ କାଟିବା ମୋ ପାଇଁ ପେଡ-ହଲିଡ଼େ ସହ ସମାନ ଥିଲା । ଯଦି ଆଗକୁ ସୁଯୋଗ ମିଳେ ତେବେ ସେ ନିଶ୍ଚିତ ରୂପେ ପୁଣିଥରେ ବିଗ ବସ ଘରକୁ ଯିବେ । ସିଦ୍ଧାର୍ଥଙ୍କ ବ୍ୟତୀତ ପାରସ ଛାବ୍ରା ଓ ଯଶଲିନଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ନିଜ ମନ୍ତବ୍ୟରେ ଅନୁପ କହିଛନ୍ତିକି ପାରସଙ୍କ ପାଇଁ ଯଶଲିନ ଜମା ବି ଠିକ ନୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.