ଜର୍ମାନୀରୁ ବୋତଲରେ ପଠାଗଲା ଚିଠି, ୨୦ ହଜାର କିଲୋମିଟର ସମୁଦ୍ର ଯାତ୍ରା କରି ୮ ବର୍ଷ ପରେ ମିଳିଲା ନ୍ୟୁଜିଲାଣ୍ଡରେ

ହଜିଯାଇଥିବା ଜର୍ମାନୀର ଏକ ପରିବାର କାଚ ବୋତଲରେ ମେସେଜ ଲେଖି ତାହାକୁ ରାଇନ୍‌ ନଦୀରେ ଭସାଇ ଦେଇଥିଲେ। ବୋତଲଟି ୮ ବର୍ଷ ଧରି ସମୁଦ୍ରରେ ଭାସି ଭାସି ପାଖାପାଖି ୨୦ ହଜାର କିଲୋମିଟର ଯାତ୍ରା କରିଥିଲା। ଏହାପରେ ଏହା ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ପହଞ୍ଚିଥିଲା। ଏଠାରେ ବୋତଲଟି ଏକ ପରିବାରକୁ ମିଳିଥିଲା। ଏହି ପରିବାର ବୋତଲଟିକୁ ପାଇବା ପରେ ସେଥିରେ ଲେଖାଯାଇଥିବା ଠିକଣାରେ ସମ୍ପର୍କ କରିଥିଲେ।

b111

ଜର୍ମାନୀର ଜୁଲିଆ ଗୋଗୋସ୍‌ କହିଥିଲେ, ତାଙ୍କୁ ଏହି ବୋତଲ ଉପହାରରେ ମିଳିଥିଲା। ପିଲାଛୁଆ ସହ ହଜିଯିବା ପରେ ସେ ଭାବିଥିଲେ ବୋତଲରେ ଚିଠି ରଖି ତାହାକୁ ସମୁଦ୍ରରେ ଭସାଇଦେବେ। ବୋଧହୁଏ, ସେପଟୁ କୌଣସି ଉତ୍ତର ମିଳିଯିବ। ଏହାପରେ ଜୁଲିଆ ପତ୍ର ଲେଖି ବୋତଲରେ ପ୍ୟାକ୍‌ କରିଦେଲେ ଏବଂ ତାହାକୁ ନଦୀରେ ଭସାଇ ଦେଇଥିଲେ।

ପତ୍ରରେ ଲେଖାଯାଇଥିଲା ଯେ ‘ଆମେ ବାର୍ତ୍ତା ପଠାଉଛୁ, ଆପଣଙ୍କୁ ମିଳିବ ଯଦି ସମ୍ପର୍କ କରିବେ’। ଜୁଲିଆ ଭାବିଥିଲେ ବୋତଲ ନେଦରଲ୍ୟାଣ୍ଡ ଭଳି ଆଖାପାଖ ଦେଶ କାହାକୁ ମିଳିବ। ଯେତେବେଳେ ନ୍ୟୁଜିଲାଣ୍ଡରୁ କେହି ତାଙ୍କୁ ସମ୍ପର୍କ କଲେ, ତାଙ୍କ ଖୁସିର ଠିକଣା ରହି ନ ଥିଲା। ସେ କହିଥିଲେ ‘ଆମେ କଳ୍ପନା ସୁଦ୍ଧା କରି ନ ଥିଲୁ, ବୋତଲ ଏତେ ଦୂର ପଯ୍ୟର୍ନ୍ତ ଭାସିଯିବ’।

b5

ତେବେ ପୂର୍ବରୁ ମଧ୍ୟ ଏମିତି ହିଁ ଏକ ଘଟଣା ଘଟିଥିଲା। ଅଲାସ୍କାରେ ୫୦ ବର୍ଷ ପୂର୍ବେ ଏହିଭଳି ଏକ ବୋତଲରେ ମେସେଜ ମିଳିଥିଲା। ଏହାଦ୍ୱାରା ହଜିଯାଇଥିବା ଏକ ରୁଷୀୟ ପରିବାରର ପୁନଃର୍ମିଳନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.