Below header

ଚୋରି କରିବାକୁ ଆସି ଘରର ସୋଫାରେ ହିଁ ଶୋଇଗଲା ଚୋର, ଆଉ ତା’ ପରେ…

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ରେ ଏକ ଏମିତି ଘଟଣା ଘଟିଛି, ଯାହା ଶୁଣିବା ପରେ ଆପଣ ହସି ହସି ଗଡ଼ିଯିବେ। ଏଠାରେ ଏକ ଚୋର ଜଣଙ୍କ ଘରକୁ ଚୋରି କରିବାକୁ ଆସି ଶୋଇପଡ଼ିଥିବା ଦେଖାଯାଇଛି। ଚୋର ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଘର ମାଲିକ ଆସି ତାକୁ ନିଦରୁ ଉଠାଇ କାବୁ କରିଥିଲେ।

thief2

ଓପ୍ପିନ୍ଦଗଡ଼ି ଥାନା ଅଧୀନସ୍ଥ ଉଲ୍ଲାସ ଜଙ୍କସନ୍‌ ସ୍ଥିତ ଏକ ଘରେ ଏକ ମଦୁଆ ଚୋର ପଶିଯାଇଥିଲା। ଚୋର ପ୍ରଥମ ମହଲାର ଛାତ ଟାଇଲ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା। ଘରେ ପଶିବା ପରେ ସେ ଲୁଟିବା ପାଇଁ ଚାବି ଖୋଜିଥିଲା। ଖୋଜାଖୋଜି କରିବା ପରେ ସେ ଟିଭି ଷ୍ଟାଣ୍ଡ ନିକଟରୁ ଚାବି ପାଇଥିଲା। କିନ୍ତୁ ଥକିଯାଇଥିବାରୁ ସେ ସୋଫାରେ ହିଁ କିଛି ସମୟ ବସିପଡ଼ିଥିଲା। ବସି ବସି ଚୋରକୁ ନିଦ ଆସିଯାଇଥିଲା।

theif broke into house

ଘର ମାଲିକ ସୁଦର୍ଶନ କହିଥିଲେ ଯେ ଯେତେବେଳେ ସେ ସକାଳେ ଉଠି ଦେଖିଲେ ଯେ ଛାତର ଟାଇଲ୍ସ ଭାଙ୍ଗିଛି ଓ ଜଣେ ଅଜଣା ଲୋକ ସୋଫାରେ ଶୋଇ ଘୁଙ୍ଗୁଡ଼ି ମାରୁଛି। ପରେ ମାଲିକ ଚୋରକୁ ବାଡ଼ିରେ ପିଟି ପିଟି ଉଠାଇଥିଲେ ଓ ପୋଲିସ ଜିମା ଦେଇଥିଲେ। ଚୋରର ନାଁ ଅନୀଲ ସାହାଣି ଓ ତା’ ଘର ବିହାରର ମାଜିପୁର ବୋଲି ଜଣାପଡ଼ିଛି। ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.