Below header

ଏବେ ଫେସ୍‌ମାସ୍କ ପିନ୍ଧିକି ବି ଅନ୍‌ଲକ୍‌ କରିପାରିବେ ଫୋନ୍‌, କରିବାକୁ ହେବ କେବଳ ଏହି କାମ

କରୋନା ଭାଇରସ୍‌ର ଆତଙ୍କ ପୂରା ଦୁନିଆରେ ଜାରି ରହିଛି। କରୋନାରେ ମୃତ୍ୟୁ ସଂଖ୍ୟା ଏବେ ପାଖାପାଖି ୩୦୦୦ରେ ପହଞ୍ଚିଲାଣି। କେବଳ ଚୀନ୍‌ରେ ନୁହେଁ ଅନ୍ୟ ଦେଶରେ ମଧ୍ୟ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ କରୋନାକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ତେବେ କରୋନାରୁ ମୁକ୍ତି ପାଇବାରେ ଆପଣଙ୍କୁ ଫେସ୍‌ମାସ୍କ କେତେକାଂଶରେ ସାହାଯ୍ୟ କରିବ। ମାତ୍ର ଫେସ୍‌ମାସ୍କ ଯୋଗୁ ଚୀନ ଓ ଭାରତରେ ଲୋକଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଫେସ୍‌ମାସ୍କ ବ୍ୟବହାର କରିବା ଯୋଗୁ ଲୋକମାନେ ଫେସ୍‌ ଅନ୍‌ଲକ କରିପାରୁନାହାନ୍ତି।

face mask

ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି କମ୍ପାନୀ ଏକ ନୂଆ ମାସ୍କ ତିଆରି କରିଛି। ‘N 95(N95) ପ୍ରିଣ୍ଟେଡ୍‌ ମାସ୍କ’ ନାମକ ଏହି ମାସ୍କ ପିନ୍ଧି ଲୋକମାନେ ସହଜରେ ଫେସ୍‌ ଅନ୍‌ଲକ କରିପାରିବେ। ତେବେ ଆଇଫୋନ୍‌ କିମ୍ବା ଆଇପ୍ୟାଡ୍‌ରେ ୩ଡି ଫେସ୍‌ ଅନଲକ ସିଷ୍ଟମ୍‌ ଥିବାରୁ ଏହି ମାସ୍କ ସେଥିରେ କାମ କରିବନି ବୋଲି ଜଣାପଡ଼ିଛି।

ଡାକ୍ତରଙ୍କ କହିବାନୁସାରେ କରୋନା ଏକ ଭାଇରାଲ ଇନ୍‌ଫେକସନ୍‌, ଯାହା ଶ୍ୱସନ ତନ୍ତ୍ର, ନାକ ଓ ଗଳାକୁ ପ୍ରଭାବିତ କରିଥାଏ। ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ଥଣ୍ଡା, ସର୍ଦ୍ଦି। ଯଦି କାହାକୁ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ଲାଗି ରହୁଛି ତେବେ ଡାକ୍ତରଙ୍କୁ ଦେଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ପରାମର୍ଶ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.