ଲସ୍ ଭୋଗାସ୍ରେ ଆୟୋଜିତ ହୋଇଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ ଶୋ’ରେ ଟଏଲେଟ୍ ପେପର୍ ମେକିଂ କମ୍ପାନୀ ‘ଚାରମିନ୍’ ନିଜର ଏକ ଟଏଲେଟ୍ ପେପର୍ ଡେଲିଭରି ରୋବୋଟ୍ ପ୍ରଦର୍ଶନ କରିଛି। କମ୍ପାନୀ ଏହାକୁ ‘ରୋଲବୋଟ୍’ ନାଁ ଦେଇଛି। ଏହା ଏକ ସେଲ୍ଫ ବାଲାନ୍ସିଂ ଟୁ-ହ୍ଵିଲ୍ ରୋବୋଟ୍ ଅଟେ, ଯାହା ଦେଖିବାକୁ ବିଲ୍କୁଲ ଛୋଟ ଟେଡି ବିୟର ଭଳି। ଏହାକୁ ସ୍ମାର୍ଟଫୋନ୍ରେ କନେକ୍ଟ କରି ବ୍ୟବହାର କରାଯାଇପାରିବ। ଆପ୍ ଜରିଆରେ କମାଣ୍ଡ ଦେବା କ୍ଷଣି ଏହା ୟୁଜରଙ୍କ ପାଖକୁ ଟଏଲେଟ୍ ପେପର୍ ପହଞ୍ଚାଇ ଦେଇଥାଏ।
ରୋବୋଟ୍ର ମୁଣ୍ଡ ଫ୍ଲାଟ୍ ରହିଛି, ଯେଉଁଥିରେ ଏହା ରଖିଥାଏ ଟଏଲେଟ୍ ପେପର୍
ଏହି ରୋବୋଟ୍ ଛୋଟ କାର୍ଟୁନ ଭଳି ଦେଖାଯାଇଥାଏ। ଏଥିରେ ଦୁଇଟି ଛୋଟ ଛୋଟ ହ୍ଵିଲ୍ସ ଲାଗିଛି, ଯେଉଁଥିରେ ଏହା ନିଜେ ନିଜର ବାଲାନ୍ସ ସମ୍ଭାଳିଥାଏ। କମ୍ପାନୀ ଏହାର ମୁହଁକୁ କାର୍ଟୁନ ବିୟର ଫେସ୍ ଭଳି ଡିଜାଇନ୍ କରିଛି। ଏହାର ମୁଣ୍ଡକୁ ଫ୍ଲାଟ୍ ରଖାଯାଇଛି। ଏଥିରେ ସେ ଟଏଲେଟ୍ ପେପର୍ ରଖି ଚାଲିଥାଏ। ଏହି ରୋବୋଟ୍କୁ ବ୍ଲୁଟୁଥ୍ ସାହାଯ୍ୟରେ ସ୍ମାର୍ଟଫୋନରେ କନେକ୍ଟ କରାଯାଇପାରିବ। କେବଳ ଏତିକି ନୁହେଁ, ଏହା ଭିତରେ ଇନ୍ଫ୍ରାରେଡ୍ ସେନ୍ସର ଲାଗିଛି, ଯଦ୍ଦ୍ଵାରା ସେ ୟୁଜରଙ୍କୁ ଚିହ୍ନଟ କରି ତାଙ୍କ ପାଖରେ ପହଞ୍ଚି ଯାଇଥାଏ।