କାବୁଲରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ବିସ୍ଫୋରଣ

ଆଫଗାନିସ୍ତାନର ଦୁଇ ପ୍ରତିଦ୍ୱନ୍ଦୀ ନେତା ଆଜି କାବୁଲରେ ସମାନ୍ତର ରାଷ୍ଟ୍ରପତି ପଦବୀର ଉଦ୍‌ଘାଟନର ଆୟୋଜନ କରିଥିଲେ, ଯେଉଁଥିରେ ତାଲିବାନୀ ପୁନରଉତ୍ଥାନବାଦୀଙ୍କ ସହିତ ଆଲୋଚନା ପୂର୍ବରୁ ଦେଶର ସୁରକ୍ଷାକୁ ଦୁର୍ବଳ କରାଯାଇଥିଲା। ଯାହାର ଏକ ଭୟଙ୍କର ନମୁନା ଆୟୋଜିତ ସମାବେଶ ସ୍ଥଳରେ ଦେଖିବାକୁ ମିଳିଛି।

ରାଷ୍ଟ୍ରପତି ଅସରଫ ଗନୀ ଏବଂ ଚ୍ୟାଲେଞ୍ଜ ଦେଉଥିବା ଅବ୍ଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହ ଦେଖିବା ପାଇଁ ରାଷ୍ଟ୍ରପତି ମହଲ ପରିସର ଭିତରର ଦୁଇଟି ସ୍ଥାନରେ ଶହ ଶହ ଲୋକ ଏକତ୍ର ହୋଇଥିଲେ। କିନ୍ତୁ ଯେତେବେଳେ ବିସ୍ଫୋରଣ ହେବାର ଶଦ୍ଦ ଶୁଣାଯାଇଥିଲା ସେହି ସମୟରେ କିଛି ଲୋକ ଦୌଡିବାକୁ ଲାଗିଥିଲେ। ଏହି ଘଟଣାକୁ ନେଇ ଶେଷରେ ଗନୀ କହିଛନ୍ତି, କେବଳ ସାର୍ଟ ଖଣ୍ଡକ ବ୍ୟତୀତ ମୋ ପାଖରେକୌଣସି ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ନାହିଁ, ଯଦି ଆବଶ୍ୟକ ପଡେ ମୁଁ ମୋ ନିଜକୁ ବଳି ଦେବାକୁ ମଧ୍ୟ ପଛାଇବି ନାହିଁ।

Leave A Reply

Your email address will not be published.