କରୋନା ଭଳି ମହାମାରୀ ସମୟରେ ଫେସବୁକ ବଢାଇଲା ସହାୟତାର ହାତ, ଆମେରକୀୟ ଗଣମାଧ୍ୟମକୁ ଦେଲା ୧୦ କୋଟି ଡଲାର

ଏବେ ସମଗ୍ର ବିଶ୍ୱର ପ୍ରତ୍ୟେକ ଦେଶ କରୋନା ଭାଇରସକୁ ନେଇ ଚିନ୍ତିତ ରହିଛି। ସମସ୍ତ ସଂସ୍ଥା ନିଜ ନିଜ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲଗାତାର କାର୍ଯ୍ୟ କରୁଛି। ଏବେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍‌ ମଧ୍ୟ ସାହାଯ୍ୟ ପାଇଁ ହାତ ବଢାଇଛି। ଫେସବୁକ ଏହି ମୁସ୍କିଲ ସମୟରେ ଆମେରିକାର ନ୍ୟୁଜ ଇଣ୍ଡଷ୍ଟ୍ରୀକୁ ୧୦ କୋଟି ଡଲାରର ଆର୍ଥିକ ସହାୟତା ଦେଇଛି।

facebook

ଏଥିପାଇଁ ଫେସବୁକ୍‌ ଫଣ୍ଡ ତିଆରି କରିଛି। ଯେଉଁଥିରେ ଜର୍ନାଲିଜିମ୍‌ ପ୍ରୋଜେକ୍ଟ ଇଣ୍ଡଷ୍ଟ୍ରୀ ପାଇଁ ୨.୫ କୋଟି ଡଲାର ଦେବାକୁ ଘୋଷଣା କରିଛି। ଏପରି ମୁସ୍କିଲ ସ୍ଥିତିରେ ନ୍ୟୁଜ ଇଣ୍ଡଷ୍ଟ୍ରୀକୁ ଦରକାର ଠାରୁ ଅଧିକ ସହାୟତା କରିବା ପାଇଁ ଫେସବୁକ୍‌ ଚେଷ୍ଟା କରୁଛି। ଏହାଛଡା ଫେସବୁକ୍‌ ଅନ୍ୟ ବାବଦରେ ୭.୫ କୋଟି ଡଲାର ଦେବ ବୋଲି କହିଛି। ପ୍ରଥମ ଭାଗରେ ଆମେରିକା ଏବଂ କାନାଡାର ୫୦ ନ୍ୟୁଜ ରୁମ୍‌କୁ ସହାୟତା ରାଶି ଦିଆଯାଇସାରିଛି। ଯେଉଁ ଅର୍ଥ ସାହାଯ୍ୟରେ କରୋନା ଭାଇରସର ସଂପୂର୍ଣ୍ଣ ଖବରକୁ କଭରେଜ କରାଯାଉଛି। ଏଥିରେ ନ୍ୟୁଜ ପାଇଁ କାମ କରୁଥିବା କର୍ମଚାରୀଙ୍କ ଯାତ୍ରା ଖର୍ଚ୍ଚ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁଁ ଭାରତରେ ୪୩ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୧୨୫୧ ଜଣ ଆକ୍ରାନ୍ତ ରହିଛନ୍ତି।

Leave A Reply

Your email address will not be published.